spot_img

Latest Posts

ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର ; ଆସନ୍ତା ୬ରେ ଭୋଟ

ନନ୍ଦିଘୋଷ ବ୍ୟୁରୋ: ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର  । ଆସନ୍ତା ୬ ତାରିଖରେ ହେବ ଭୋଟ ଏବଂ ୧୪ରେ ଗଣତି । ପ୍ରଥମ ପର୍ଯ୍ୟାୟରେ ୨୪୩ ଆସନରୁ ୧୮ ଜିଲ୍ଲାର ୧୨୧ ଆସନରେ ହେବ ଭୋଟ  । ମଇଦାନରେ ଅଛନ୍ତି ୧ ହଜାର ୩୧୪ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ୧୩୩ ଜଣ ହେଉଛନ୍ତି ମହିଳା  । ଏନଡିଏରେ ହୋଇଥିବା ଆସନ ବୁଝାମଣା ଅନୁସାରେ ପ୍ରଥମ ପର୍ଯ୍ୟାୟ ଲାଗି ଜେଡିୟୁ ୫୭, ବିଜେପି ୪୮ ଓ ଏଲଜିପି(ରାମବିଳାସ) ୧୩ ଆସନରେ ଲଢୁଛନ୍ତି  । ସେହିପରି ମହାଗଠବନ୍ଧନ ପକ୍ଷରୁ ଆରଜେଡି ୭୨, କଂଗ୍ରେସ ୨୪, ସିପିଆଇଏମଏଲ ୧୪ ଆସନରେ ଲଢୁଛନ୍ତି  । ଫେଜ-୧ ନିର୍ବାଚନରେ ପ୍ରାର୍ଥୀଙ୍କ ମଧ୍ୟରୁ ୩୨ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧିକ ମାମଲା  । ୩୩ ପ୍ରାର୍ଥୀଙ୍କ ନାମରେ ରହିଛି ହତ୍ୟା ପରି ଅପରାଧ ମାମଲା  ।

ନିର୍ବାଚନରେ ଏନଡିଏରେ ବିଜେପି, ଜେଡିୟୁ, ହାମ୍ ଓ ଆରଏଲଏମ ଥିବାବେଳେ ମହାଗଠବନ୍ଧନରେ ରହିଛନ୍ତି କଂଗ୍ରେସ, ଆରଜେଡି, ଭିଆଇପି ଓ ବିଭିନ୍ନ ବାମପନ୍ଥୀ ଦଳ । ପ୍ରଥମ ପର୍ଯ୍ୟାୟରେ ଦୁଇ ଉପମୁଖ୍ଯମନ୍ତ୍ରୀ ବିଜୟ କୁମାର ସିହ୍ନା ଓ ସମ୍ରାଟ ଚୌଧୁରୀ, ଆରଜେଡି ନେତା ତେଜସ୍ବୀ ଯାଦବ, ଭାଇ ତେଜପ୍ରତାପ ଯାଦବ, ଗାୟିକା ମୈଥିଳୀ ଠାକର, ଗ୍ୟାଙ୍ଗଷ୍ଟର ଶାହାବୁଦ୍ଦିନଙ୍କ ପୁଅ ଓସାମା ସାହାବ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପୁଅ ନୀତୀଶ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ନାତୁଣୀ ଜାଗ୍ରୁତି ଠାକୁର, ଅଭିନେତା ଖେସାରୀ ଲାଲ ଯାଦବ ପ୍ରମୁଖଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ଦ୍ବିତୀୟ ପର୍ଯ୍ୟାୟ ଭୋଟ ହେବ ଆସନ୍ତା ୧୧ରେ। ନଭେମ୍ବର ୧୪ରେ ହେବ ଗଣତି ।

Latest Posts

Don't Miss