ନନ୍ଦିଘୋଷ ବ୍ୟୁରୋ: ସଂସଦ ଅଧିବେଶନର ଆଜି ଦ୍ଵିତୀୟ ଦିନ। ଆଜି ମଧ୍ୟ SIR ପ୍ରସଙ୍ଗ ନେଇ ଜୋରଦାର ହଙ୍ଗାମା ହୋଇପାରେ। ଗତକାଲି ଆରମ୍ଭରୁ ଲୋକସଭାରେ ହଙ୍ଗାମା ଦେଖାଦେଇଥିଲା। ଏସଆଇଆର ପ୍ରସଙ୍ଗକୁ କେନ୍ଦ୍ର କରି ଗୃହରେ ବିରୋଧୀ କରିଥିଲେ ହଙ୍ଗାମା। ଅଚଳାବସ୍ଥା ଯୋଗୁ ଗୃହକୁ ବାରମ୍ବାର ମୁଲତବି ଘୋଷଣା କରାଯାଇଥିଲା।
ସଂସଦରେ ନିର୍ବାଚନ ମଣ୍ଡଳୀ ପ୍ରସଙ୍ଗରେ ଆଲୋଚନା ହେଉ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିବା ଓ ଯୁବ ସାଂସଦମାନଙ୍କୁ ଆଲୋଚନା କରିବା ଲାଗି ସୁଯୋଗ ଦିଆଯାଉ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତୀୟ ପ୍ରସଙ୍ଗଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଉପସ୍ଥାପନ କରିବା ଲାଗି ସେ ପରାମର୍ଶ ଦେଇଥିଲେ। ସେପଟେ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି। ସେ କହିଛନ୍ତି- ଦେଶର ଓ ଲୋକଙ୍କ ପ୍ରସଙ୍ଗ ସଂସଦରେ ଉଠାଇବା ଡ୍ରାମାବାଜି ନୁହେଁ।…

