ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ: ଡିସେମ୍ବର ୪ ତାରିଖରୁ ସଂସଦର ଶୀତକାଳୀନ ଅଧିବେଶନ। ଆସନ୍ତା ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଶୀତ ଅଧିବେଶନ।ପାର୍ଲାମେଣ୍ଟକୁ ସୁରୁଖୁରୁରେ ଚଳାଇବାକୁ ଆସନ୍ତା ଡିସେମ୍ବର ୨ରେ ଦିନ ୧୧ଟାବେଳେ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ରର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ।

ସାଧାରଣତଃ ସର୍ବଦଳୀୟ ବୈଠକ ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ଗୋଟିଏ ଦିନ ପୂର୍ବରୁ ହିଁ ଡକା ଯାଇଥାଏ। କିନ୍ତୁ ଚଳିତ ବର୍ଷ ୩ ଡିସେମ୍ବର ଦିନ ପାଞ୍ଚ ରାଜ୍ୟର ବିଧାନସଭା ଭୋଟ୍ ଗଣତି ଥିବାରୁ ଡିସେମ୍ବର ୨ରେ ସର୍ବଦଳୀୟ ବୈଠକ ଡକାଯାଇଛି। ବିଧାନସଭା ଗଣତିର ପ୍ରଭାବ ଏଥର ଶୀତକାଳୀନ ଅଧିବେଶନ ଉପରେ ପଡିବ। ସଂସଦର ଶୀତ ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ହେବ ଆଲୋଚନା। ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟର ସ୍ଥାନ ନେଇପାରେ ନୂତନ ବିଧେୟକ।

ସେହିପରି ଦେଶର ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ମଧ୍ୟ ବିଲ୍ ଅଟକି ରହିଛି । ମୌସୁମୀ ଅଧିବେଶନରେ ଏହି ବିଲ୍ ଆଗତ ହୋଇଥିଲା ।