ରାଜରାସ୍ତାରେ ଚାଷୀ ଆନ୍ଦୋଳନ, ରାଜ୍ୟସଭାରେ ପ୍ରବଳ ହଟଗୋଳ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ କୁ ନେଇ ରାଜ୍ୟ ସଭାରେ ହଟଗୋଳ । ନୂତନ କୃଷି ଆଇନକୁ ନେଇ ଗୃହରେ ଆଲୋଚନା ପ୍ରସ୍ତାବ ଦେଇଥିଲେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମା । ଏହା ସହ ଅନେକ ରାଜନୈତିକ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ସମର୍ଥନ କରିଥିଲେ । କିନ୍ତୁ କୃଷି ଆନ୍ଦୋଳନ ପ୍ରସଙ୍ଗରେ ଆଜି ଆଲୋଚନା ହେବ ନାହିଁ ବୋଲି ଜଣାଇଥିଲେ ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ।

ଆଜି ଉକ୍ତ ପ୍ରସଙ୍ଗ ଉପରେ ଆଲୋଚନା ନହେବା ନେଇ ଅଧ୍ୟକ୍ଷ ଜଣାଇବା ପରେ ଗୃହରେ ଜୋର ଧରିଥିଲା ବିକ୍ଷୋଭ । କୃଷି ଆଇନ ଦେଶର କୃଷକଙ୍କ ପାଇଁ କଳା ଆଇନ । କୃଷକଙ୍କୁ ଲାଭ ନୁହେଁ ବଂର କ୍ଷତି ପହଁଚାଇବା ପାଇଁ କେନ୍ଦ୍ର ସରକାର ଏହି ଆଇନ ଆଣିଥିବା ଅଭିଯୋଗ କରିଛନ୍ତି ବିରୋଧି ।

ସେପଟେ କୃଷି ଆନ୍ଦୋଳନ ପ୍ରସଙ୍ଗରେ ଆଜି ଆଲୋଚନା କରିବାକୁ ଦାବି ରଖିଥିଲେ ବିରୋଧି କଂଗ୍ରେସ ଦଳ । ସେହିପରି ଆଲୋଚନାକୁ ସମର୍ଥନ କରିଥିଲେ କିଛି ରାଜନୈତିକ ଦଳ । ଆଜି ଏପ୍ରସଙ୍ଗରେ କିନ୍ତୁ ଗୃହରେ ଆଲୋଚନା ହୋଇ ପାରିବ ନାହିଁ ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ଅଧ୍ୟକ୍ଷଙ୍କ ନିଷ୍ପତି ପରେ ଗୃହରେ ଆହୁରି ଜୋର ଧରିଥିଲା ହଟଗୋଳ ।

Leave a Reply