ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସ୍ଥାନ ପାଇଲେ ୭ ବିଜେଡି ସାଂସଦ

ଭୁବନେଶ୍ବର : ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସ୍ଥାନ ପାଇଲେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । କୋଇଲା, ଖଣି ଓ ଇସ୍ପାତ ସମ୍ପର୍କିତ କମିଟିରେ ମାନସ ମଙ୍ଗରାଜ ସ୍ଥାନ ପାଇଛନ୍ତି । ବିଜେଡିର ୭ ଜଣ ରାଜ୍ଯସଭା ସାଂସଦ ବିଭିନ୍ନ କମିଟିରେ ସ୍ଥାନ ପାଇଛନ୍ତି । ଡ. ସସ୍ମିତ ପାତ୍ର ଯୋଗାଣ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ଯା କମିଟିରେ ସ୍ଥାନ ପାଇଥିବାବେଳେ ସାର ଓ ରସାୟନ କମିଟିରେ ନିରଞ୍ଜନ ବିଶି, ଶିଳ୍ପ କମିଟିରେ ସୁଲତା ଦେଓ, ଗୃହ ନିର୍ମାଣ ଓ ନଗର ଉନ୍ନୟନ କମିଟିରେ ଦେବାଶିଷ ସାମନ୍ତରାୟ, ରେଳବାଇରେ ଶୁଭାଶିଷ ଖୁଣ୍ଟିଆ ଏବଂ ପ୍ରତିରକ୍ଷା ସମ୍ପର୍କିତ କମିଟିରେ ମୁଜିବୁଲ୍ଲା ଖାନ ସ୍ଥାନ ପାଇଛନ୍ତି ।