ସଂସଦ ପାଳୁଛି ବି.ଆର.ଆମ୍ବେଦକରଙ୍କ ଜୟନ୍ତୀ, ଓଡିଶାରୁ ଡିଏଭି ଛାତ୍ରୀ ସାମିଲ

ନୂଆଦିଲ୍ଲୀ: ସଂସଦରେ ‘ନୋ ୟୁଓର କନଷ୍ଟିଚ୍ୟୁସନ’ କାର୍ଯ୍ୟକ୍ରମ । ଜାତୀୟ ସ୍ତରର ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଅଂଶଗ୍ରହଣକାରୀ । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ, ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ତଥା ଲୋକସଭା ସେକ୍ରେଟାରିଏଟ ଅଧୀନସ୍ଥ ଇନଷ୍ଟିଚ୍ୟୁଟ ଫର ଡେମୋକ୍ରାସି ପକ୍ଷରୁ ଆୟୋଜିତ ହେଉଛି କାର୍ଯ୍ୟକ୍ରମ ।

ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର. ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ସଂସଦ ସେଣ୍ଟ୍ରାଲ ହଲରେ ଏହି କାର୍ଯ୍ୟକ୍ରମ ହେଉଛି । ଏଥିରେ ସାମିଲ ହୋଇଛନ୍ତି ଦେଶର ୨୫ ଜଣ ଯୁବପ୍ରତିଭା । ଓଡ଼ିଶାରୁ ଏକମାତ୍ର ପ୍ରତିନିଧି ଭାବେ ଏଥିରେ ସାମିଲ ହେବେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ଛାତ୍ରୀ ସ୍ବାଧିତୀ ସୁଲଗ୍ନା । ସେ କୋରାପୁଟର ସାହିତ୍ୟିକା ପ୍ରୀତିଧାରା ସାମଲଙ୍କ କନ୍ୟା ।