spot_img

Latest Posts

ବଢ଼ିଲା ସଂସଦ କ୍ୟାଣ୍ଟିନରେ ଖାଇବା ଦର, ଆଉ ମିଳିବନି ୨ ଟଙ୍କିଆ ରୁଟି ୧୦ ଟଙ୍କିଆ ଦୋସା

ନୂଆଦିଲ୍ଲୀ: ସଂସଦର କ୍ୟାଣ୍ଟିନରେ ସାଂସଦ ଓ ଅନ୍ୟମାନଙ୍କୁ ମିଳୁଥିବା ସବସିଡି ଶେଷ ହେବାପରେ ବର୍ତ୍ତମାନ ନୂଆ ଦର ତାଲିକା ଜାରି କରାଯାଇଛି। ସଚିବାଳୟ ଯେଉଁ ନୂଆ ଦର ଜାରି କରିଛି ସେଥିରେ ୩ ଟଙ୍କାରୁ ଆରମ୍ଭ କରି ୭୦୦ ଟଙ୍କା ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ ରହିଛି। ସଂସଦର ଏହି ନୂଆ ଦର ଜାନୁଆରୀ ୨୯ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ପୂର୍ବରୁ ହିଁ ଲାଗୁ ହୋଇଯାଇଛି। ଅର୍ଥାତ ଏହି ଅଧିବେଶନରେ ସାଂସଦମାନଙ୍କୁ ନୂଆ ଦରରେ ଖାଇବା ମିଳିବ।

ସଂସଦର କ୍ୟାଣ୍ଟିନର ଏହି ନୂଆ ଦର ଅନୁଯାୟୀ କ୍ୟାଣ୍ଟିନରେ ସବୁଠୁ ଶସ୍ତାରେ ମିଳିବ ରୁଟି। ପଟେ ରୁଟିର ଦାମ ୩ ଟଙ୍କା। ଆଉ ସବୁଠୁ ମହଙ୍ଗା ହେବ ନନଭେଜ୍ ବଫେ ଲଞ୍ଚ୍। ଯାହାର ମୂଲ୍ୟ ୭୦୦ ଟଙ୍କା ରହିବ। ଏହାବ୍.ତୀତ ଭେଜ୍ ବଫେ ଲଞ୍ଚର ମୂଲ୍ୟ ୫୦୦ ଟଙ୍କା ରଖାଯିବ। ଏହା ନିରାମିଷ ଖାଦ୍ୟ ଭତରେ ସବୁଠୁ ମହଙ୍ଗା।

ପୂର୍ବରୁ ଏଗୁଡ଼ିକର ଦାମ୍ ବହୁତ କମ୍ ଥିଲା । ଯେପରିକି  ରୁଟି ଗୋଟେ ୨ ଟଙ୍କା, ଦୋସା ୧୦ ଟଙ୍କା ଆଳୁ ବୋଣ୍ଡା ୧୦ ଟଙ୍କା, କଡ଼ି ପକୋଡ଼ା ୧୦ ଟଙ୍କା, ଓ ହାଇଦ୍ରାବାଦୀ ଚକେନ ବିରିୟାନୀ ମୂଲ୍ୟ ମାତ୍ର ୬୫ ଟଙ୍କା ଥିଲା । କିନ୍ତୁ ନୂଆ ଦର ତାଲିକା ଅନୁଯାୟୀ, ଚିକେନ ବିରିୟାନୀ, ଚିକେନ କଟଲେଟ୍, ଚିକେନ ଫ୍ରାଇ ଓ ଭେଜ ଥାଳିର ଦର ୧୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ସେହିପରି ମଟନ ବିରିୟାନୀ ଓ ମଟନ କଟଲେଟ୍ର ମୂଲ୍ୟ ୧୫୦ ଟଙ୍କା ରଖାଯାଇଥିବା ବେଳେ ମଟନ ତରକାରୀର ପାଇଁ ୧୨୫ ଟଙ୍କା ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ, ଏହି ନୂଆ ଦର ତାଲିକା ଯୋଗୁ ଲୋକସଭା ସଚିବାଳୟକୁ ବାର୍ଶିକ ୮ କୋଟି ଟଙ୍କା ସଞ୍ଚୟ ହେବ। ସଂସଦ ଗୃହର କ୍ୟାଣ୍ଟିନର ଖାଦ୍ୟ ସାମଗ୍ରୀ ପାଇଁ ବାର୍ଷିକ ପ୍ରାୟ ୨୦ କୋଟି ଟଙ୍କାର ବିଲ୍ ଆସିଥାଏ। ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ଏବେଠୁ ଉତ୍ତର ରେଲୱେ ବିଗତ ୫୨ ବର୍ଷ ହେଲା ସଂସଦରେ ଖାଦ୍ୟ ଯୋଗେଇ ଆସୁଛି। କିନ୍ତୁ ଏବେଠୁ ରେଲୱେ ପରିବର୍ତ୍ତେ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ (ITDC) ସଂସଦର କ୍ୟାଣ୍ଟିନର ପରିଚାଳନା କରିବ।

Latest Posts

Don't Miss