spot_img

Latest Posts

ଲୋକସଭାରେ ଆଜି ଉତ୍ତର ରଖିବେ ନିର୍ମଳା ; ରାହୁଲ ଗାନ୍ଧି ମଧ୍ୟ ଭାଷଣ ଦେବେ

ନୂଆଦିଲ୍ଲୀ : ଆଜି ସଂସଦରେ ବଜେଟ ଉପରେ ଆଲୋଚନାରେ ଭାଗ ନେଇପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସୂଚନା ଅନୁସାରେ ଆଜି ସେ ଲୋକସଭାରେ ରଖିବେ ଉତ୍ତର । ଏହା ବି କୁହାଯାଉଛି ଯେ, ରାହୁଲ ଗାନ୍ଧି ମଧ୍ୟ ଆଜି ନିଜର ଅଭିଭାଷଣ ରଖିବେ। ଏଥିପାଇଁ ସରକାରୀ ପକ୍ଷ ରାଜି ହୋଇଥିବା ଜଣାପଡ଼ିଛି। କେଉଁ ସର୍ତ୍ତରେ କେଉଁ ବୁଝାମଣା ହେଲା, ତାହା ସ୍ପଷ୍ଟ ହୋଇ ନାହିଁ। ଟିଏମସିର ଅଭିଷେକ ବାନାର୍ଜୀ ଓ ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ ଦୁଇ ପକ୍ଷ ମଧ୍ୟରେ ଆଲୋଚନା କରି ସମାଧାନର ସୁତ୍ର ବାହାର କରିଥିବାର ଜଣାପଡ଼ିଛି।

୨୦୨୦ ରେ LAC ରେ ଭାରତ ଓ ଚୀନ ମୁହାଁମୁହିଁ ହୋଇଥିବା ବେଳେ ତା ଉପରେ ଜେନେରାର ନରୱାଣେ ଯେଉଁ ବହି ଲେଖିଛନ୍ତି, ତାକୁ ରାହୁଲ ଗାନ୍ଧି ଉଦ୍ଧୃତ କରିବାରୁ ଅଚଳାବସ୍ଥା ଦେଖା ଦେଇଥିଲା ଲୋକସଭାରେ। ତାର ସମାଧାନ ହୋଇଥିବା ସୂଚନା ମିଳୁଛି। ୬ ଦିନର ଅଚଳାବସ୍ଥା ପରେ ଗତକାଲି ସଂସଦରେ ସ୍ଵାଭାବିକ ଅବସ୍ଥା ଫେରିଥିଲା। ଅପରାହ୍ନରେ ହୋଇଥିଲା ଆଲୋଚନା। ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ନୋଟିସ୍ ଦେଇଛନ୍ତି ବିରୋଧୀ।

Latest Posts

Don't Miss