ପାର୍ଲାମେଣ୍ଟରେ ଆଦାନୀ ଝଡ଼, ଅପରାହ୍ନ ୨ଟା ଯାଏ ଗୃହ କାର୍ଯ୍ୟ ସ୍ଥଗିତ

1 min read

ନୂଆଦିଲ୍ଲୀ: ପାର୍ଲାମେଣ୍ଟରେ ଆଦାନୀ ଝଡ଼ । ସଡ଼କରୁ ସଂସଦ ସବୁଠି ଆଦାନୀ ତାତି । ସଦନ ଆରମ୍ଭରୁ ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମା ପରେ ଗୃହ କାର୍ଯ୍ୟ ସ୍ଥଗିତ । ଆଦାନୀ ପ୍ରସଙ୍ଗରେ ତଦନ୍ତ ନେଇ ବିରୋଧୀଙ୍କ ନାରାବାଜି ପରେ ଉଭୟ ଗୃହକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି କରିଦିଆଯାଇଛି । ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିରୋଧୀ ଦଳ ସାଂସଦ ଏହି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି ।

ଜେପିସି କିମ୍ବା ସୁପ୍ରିମକୋର୍ଟ କମିଟି ଦ୍ୱାରା ତଦନ୍ତ କରିବାକୁ ଦାବି କରିଛି କଂଗ୍ରେସ । ହିଣ୍ଡେନବର୍ଗ ରିପୋର୍ଟ ପରେ ୧୦ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ସହିଛି ଆଦାନୀ ଗ୍ରୁପ । ଆଜି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ସବୁ ଷ୍ଟେଟ ବ୍ୟାଙ୍କ ଶାଖା ଓ LIC ଅଫିସ ବାହାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଉଛି । ସେହିପରି ଯୁବ କଂଗ୍ରେସ ପକ୍ଷରୁ ଆଜି ଦିଲ୍ଲୀରେ ପ୍ରୋଟେଷ୍ଟ କରାଯାଉଛି।