spot_img

Latest Posts

ସରିଲା ରାଘବ-ପରିଣୀତିଙ୍କ ନିର୍ବନ୍ଧ, ଶେୟାର କଲେ ଏନଗେଜମେଣ୍ଟ ଲୁକ୍…

ନୂଆଦିଲ୍ଲୀ: ଦୀର୍ଘଦିନର ପ୍ରତିକ୍ଷା ପରେ ମେ ୧୩ରେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ତଥା ଆପ୍ ସାଂସଦ ରାଘବ ଚଢାଙ୍କ ନିର୍ବନ୍ଧ ଦିଲ୍ଲୀର କପୁରଥଲା ହାଉସରେ ରୀତିନୀତିରେ ସମ୍ପନ୍ନ ହୋଇଛି। ରାଘବଙ୍କ ଘର ଓ ବାହାରେ ଆକର୍ଷଣୀୟ ଆଲୋକମାଳା ସହ ଫୁଲରେ ସୁସଜ୍ଜିତ ହୋଇଥିବା ନଜର ଆସିଛି ।

ପରିଣୀତି ତାଙ୍କର ନିର୍ବନ୍ଧରେ ଏକ କ୍ରିମ୍ ରଙ୍ଗର ସୁଟ୍ ପିନ୍ଧିଥିଲେ। ଅନ୍ୟ ପଟେ, ରାଘବ ଚଡ୍ଡା ଧଳା କୁର୍ତ୍ତା ପାଇଜାମାରେ ପରିଣୀତିଙ୍କ ଲୁକକୁ ମ୍ୟାଚ କରୁଥିବା ଦେଖାଯାଇଥିଲା। ଏହି ସ୍ପେଶାଲ୍ ମୁମେଣ୍ଟରେ ଚମକୁଛନ୍ତି ଏହି ଲଭବାର୍ଡ ।

ସାତ ଜନ୍ମର ସାଥି ହେବା ପୂର୍ବରୁ ନିର୍ବନ୍ଧ କାର୍ଯ୍ୟକ୍ରମକୁ ବେଶ ଆଡ଼ମ୍ବର ସହ ଆୟୋଜନ କରିଛନ୍ତି ଏହି ସେଲିବ୍ରିଟି କପଲ। ଦୁହିଁଙ୍କ ନିର୍ବନ୍ଧ ପରର ଫଟୋ ସୋଶାଲ ମିଡିଆରେ ସେୟାର କରିଛନ୍ତି ରାଘବ। ଯେଉଁଥିରେ ଉଭୟଙ୍କୁ ଖୁବ୍ କ୍ଲୋଜ୍ ଦେଖିବାକୁ ମିଳିଛି।

ଏହି ସେରୋମନୀରେ ପରିବାର, ବନ୍ଧୁବାନ୍ଧବଙ୍କ ସମେତ କିଛି ଖାସ୍ ଅତିଥି ଆସିଥିବା ନଜର ଆସିଛି। ତେବେ ଭିତରକୁ ଫୋନ ନେବାକୁ ବାରଣ କରାଯାଇଥିଲା । ପରିଣୀତି-ରାଘବଙ୍କ ନିର୍ବନ୍ଧରେ ଯୋଗଦେଇଛନ୍ତି ଭଉଣୀ ପ୍ରିୟଙ୍କା ଚୋପ୍ରା । ସେହିପରି ଅତିଥି ଭାବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱତ ମନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ଯୋଗଦେଇଥିଲେ । ତେବେ ପୂର୍ବରୁ ଦୁହିଁଙ୍କ ରିଲେସନସିପକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା ବେଳେ ପରିଶେଷରେ ସତ ହେବାକୁ ଯାଉଛି ରାଜନେତା ଓ ଅଭିନେତ୍ରୀଙ୍କ ପ୍ରେମ କାହାଣୀ ।

 

 

Latest Posts

Don't Miss