spot_img

Latest Posts

Pariksha Pe Charcha 2021: ବୋର୍ଡ଼ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ହୋଇଛି । ଭର୍ଚୁଆଲ୍‌ ମୋଡ୍‌ରେ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ସହ ପରୀକ୍ଷା ଚାପରୁ ମୁକ୍ତି ପାଇବା ପାଇଁ ସେମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରତିବର୍ଷ ଭଳି ମୋଦି ଚଳିତଥର ମୋଦି ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇ ମୋଦି କହିଛନ୍ତି ଯେ ପରୀକ୍ଷା କେବଳ ଭବିଷ୍ୟତ ପାଇଁ ଏକ ସୁଯୋଗ। ଏହା କେବେ ହେଲେ ସ୍ୱପ୍ନର ଶେଷ ନୁହେଁ। ପରୀକ୍ଷା ଆପଣମାନଙ୍କର ଜୀବନର ଶେଷ ମାଇଲଷ୍ଟୋନ ନୁହେଁ। ପରୀକ୍ଷାକୁ ଆଦୌ ଡରିବା ଉଚିତ ନୁହେଁ। ପରୀକ୍ଷା ତ ଅଚାନକ ଆସିନି। ତେଣୁ ତା’କୁ ଡରିବା କାହିଁକି? ଏହାଛଡ଼ା ସେ ଅଭିଭାବକ ଏବଂ ଶିକ୍ଷକଙ୍କର କିଛି ପ୍ରଶ୍ନର ତ୍ତର ମଧ୍ୟ ରଖିଛନ୍ତି। ମୋଦି କହିଛନ୍ତି ଯେ, ସ୍କୁଲରେ ଶିକ୍ଷକମାନଙ୍କ ଠାରୁ ଆରମ୍ଭ କରି ଅଭିଭାବକ ଓ ସମ୍ପର୍କୀୟମାନେ ଏମିତି ପରିବେଶ ତିଆରି କରୁଛନ୍ତି ଯେ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି। ତେଣୁ ସେ ଅଭିଭାବକଙ୍କୁ ନିଜେ ଜିଉଁଥିବା ଜୀବନ ଭଳି ତାଙ୍କ ପିଲାଙ୍କର ଭବିଷ୍ୟତ ସେପରି ନକରିବାକୁ ପରାମର୍ଶ ଦେଇଛନ୍ତି। ପିଲାମାନଙ୍କ ଉପରେ ଚାପ ସୃଷ୍ଟି କରନ୍ତୁ ନାହିଁ ବୋଲି ମୋଦି କହିଛନ୍ତି। ସେହିପରି ଏଥିସହିତ ପ୍ରଧାନମନ୍ତ୍ରୀ  ‘ପରିକ୍ଷା ପେ ଚାର୍ଚ୍ଚା’ କାର୍ଯ୍ୟକ୍ରମରେ ନିଜର ଅଭିଜ୍ଞତା ମଧ୍ୟ ବାଣ୍ଟିଥିଲେ ।

ମୋଦିଙ୍କ ଏହି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରାୟ ୧୦ ଲକ୍ଷ ଶିକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। କରୋନା ସଂକ୍ରମଣ ଯୋଗୁ ଏହା ଚଳିତ ବର୍ଷ ଭିଡିଓ କନଫରେନ୍ସିଂ ଜରିଆରେ କରାଯାଇଛି।

Latest Posts

Don't Miss