ଯଦୁପୁରରେ SIT ଟିମ୍, ହେବ ପରୀ ହତ୍ୟାର ସିନ୍ ରିକ୍ରିଏସନ୍

1 min read

ନୟାଗଡ଼: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଏସଆଇଟି ଟିମ୍ ଖୋଳତାଡ ଜାରି ରଖିଥିବା ବେଳେ ଆଜି ଯଦୁପୁରରେ ପହଞ୍ଚିଛି । ପରୀର ମୃତଦେହ ଯେଉଁ ପୋଖରୀ ହୁଡ଼ାରୁ ମିଳିଥିଲା ତାହାର ଜଳକୁ ନିଷ୍କାସନ କରାଯିବ । ଯାହାଫଳରେ ହତ୍ୟା ପଛର ଅଧିକ ଗୁମର ଖୋଲିବ ବୋଲି ଏସଆଇଟି ପକ୍ଷରୁ ସୂଚନା ମିଳିଛି ।

ପରୀ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତକୁ  ଧରି  ଏସଆଇଟି ଟିମ୍ ସିନ୍ ରିକ୍ରିଏଟ୍ କରିବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଆଜି ପୋକ୍‌ସୋ କୋର୍ଟରେ ପରୀ ହତ୍ୟା ଅଭିଯୁକ୍ତକୁ ହାଜର କରାଯିବ । ଏହା ପୂର୍ବରୁ ଏସଆଇଟି ଟିମ୍ ଅଭିଯୁକ୍ତର ଘରେ ପହଞ୍ଚି ତଦନ୍ତ ସହ ତା’ର ମା’ଙ୍କୁ ପଚରାଉଚରା କରୁଛି । କୋର୍ଟରେ ହାଜର ପୂର୍ବରୁ ସମ୍ପୃକ୍ତ ଅଭିଯୁକ୍ତକୁ ଧରି ସିନ୍ ରିକ୍ରିଏଟ୍ କରିବ ଏସଆଇଟି । ସୁରକ୍ଷା ଦୃଷ୍ଟିରୁ ଯଦୁପୁର ଗାଁରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

ପରୀ ହତ୍ୟା ମାମଲାରେ ଗତକାଲି ଅଭିଯୁକ୍ତକୁ ଗିରଫ କରିଥିଲା ଏସଆଇଟି ଟିମ୍ ।  ତାଙ୍କ ବିରୋଧରେ ଆଇପିସି ଧାରାର ୩୭୬-ଏ/୩୭୬-ଏବି/୩୬୪/୩୦୨/୨୦୧ ଭଳି ସଙ୍ଗୀନ ଦଫା ଲାଗିଛି ।  ତେବେ ଶନିବାର ନୟାଗଡର ଯଦୁପୁର ଗାଁର ଜଣକୁ ଉଠାଇ ନେଇଥିଲା ଏସ୍‌ଆଇଟି । ପଲିଗ୍ରାଫ ଟେଷ୍ଟ ପରେ ତାଙ୍କୁ ଅଟକ ରଖିଥିଲା । ଏପର୍ଯ୍ୟନ୍ତ ୩୪ଜଣଙ୍କୁ ଏସଆଇଟି ପଚରାଉଚରା କରିଥିବା ବେଳେ ୪ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଇଛି ।

ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଏସ୍‌ଆଇଟି ସୂଚନା ଦେଇଥିଲା । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ଜଣିଆ ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍-ଏସ୍‌ଆଇଟି ମାମଲାରେ ତଦନ୍ତ କରୁଛି । ଗତ ଜୁଲାଇ ୧୪ ତାରିଖରେ ନିଖୋଜ ହୋଇଯାଇଥିଲା ପରୀ । ଜୁଲାଇ ୨୩ ତାରିଖରେ ପରୀର ମୃତଦେହ ମିଳିଥିଲା । ରାଜ୍ୟ ସରକାର ପରୀ ହତ୍ୟାକାଣ୍ଡର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ତଦନ୍ତ ଡିସେମ୍ବର ପହିଲାରୁ ଏସଆଇଟି ଆରମ୍ଭ କରିଥିଲା।

Leave a Reply