ପରୀ ହତ୍ୟା ଅଭିଯୁକ୍ତକୁ ରିମାଣ୍ଡରେ ନେଲା ଏସ୍‌ଆଇଟି

Pocso Court Grants 3 Day Remand To Pari Murder Accused

ନୟାଗଡ଼: ପରୀ ହତ୍ୟା ଅଭିଯୁକ୍ତ ସରୋଜ ସେଠୀକୁ ତିନି ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି । ନୟାଗଡ଼ ଜେଲରୁ ତାକୁ ରିମାଣ୍ଡରେ ନେଇଥିବା ବେଳେ ଏସ୍‌ଆଇଟି ଟିମ୍ ଅଭିଯୁକ୍ତଠାରୁ ଆଉ ଅଧିକ ତଥ୍ୟ ବାହାର କରିବ ବୋଲି  ସୂଚନା ମିଳୁଛି ।

ଏହି ମାମଲାରେ ଆଉ କାହାର ସଂପୃକ୍ତି ରହିଛି କି ନାହିଁ ସେନେଇ ଟିମ୍ ପକ୍ଷରୁ ତନାଘନା କରାଯିବ । ସେହିପରି ହତ୍ୟା ମାମଲାରେ ଅଧିକ ପ୍ରମାଣ ଖୋଜିବା ପାଇଁ ଯଦୁପୁରରେ ପୋଖରୀ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଯେହେତୁ ପୋଖରୀ ହୁଡାରୁ ପରୀର କଙ୍କାଳ ମିଳିଥିଲା ତେଣୁକରି ଜଳ ନିଷ୍କାସନ ପରେ ଅଧିକ ସୁରାକ ମିଳିପାରେ । ସ୍ଥାନୀୟ ପୋଲିସ ଓ ଓଡ୍ରାଫଙ୍କ ଉପସ୍ଥିତିରେ ଚାଲିଛି ଜଳ ନିଷ୍କାସନ ।

ଚାରି ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିବାବେଳେ ତିନି ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ପୋକ୍ସୋ କୋର୍ଟ । ଅପରାଧରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ଅଭିଯୁକ୍ତ ମୁହଁରୁ ସତ ବାହାର କରିବ ଏସଆଇଟି । କୁନି ଝିଅର ହତ୍ୟା ପଛରେ ଏକାଧିକ ଲୋକଙ୍କ ସଂପୃକ୍ତି ନେଇ ସନ୍ଦେହ କରାଯାଉଛି । ତେଣୁ ଏ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି ଏସଆଇଟି ।

Leave a Reply