ପରି ପରିବାରକୁ ନ୍ୟାୟ ମିଳିବ ବୋଲି ମୋର ଦୃଢ଼ ବିଶ୍ୱାସ: ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: ପରି ମୃତ୍ୟୁ ଘଟଣା । ଉତ୍ତର ଦେବାକୁ ବାଚସ୍ପତି ରୁଲିଂ ଦେଇଥିଲେ । ରୁଲିଂ ପରେ ଗୃହରେ ବିବୃତି ରଖିଲେ କୃଷିମନ୍ତ୍ରୀ ଅରୁଣ ସାହୁ। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦିଆଯାଇଛି। ପରି ପରିବାରକୁ ନ୍ୟାୟ ମିଳିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଏଥିରେ ଯିଏ ବି ସମ୍ପୃକ୍ତ ସେ ଦଣ୍ଡ ପାଇବ ବୋଲି କହିଛନ୍ତି ।

ଏ ଘଟଣାର ରାଜନୀତିକରଣ ନ ହେଉ ବୋଲି ସେ ଅନୁରୋଧ କଲେ ମନ୍ତ୍ରୀ । ମୁ ଏ ଘଟଣା ରେ ଗଭୀର ମର୍ମାହତ ବୋଲି କହିଲେ କୃଷିମନ୍ତ୍ରୀ ଅରୁଣ ସାହୁ। ବିବୃତି ରଖିବାବେଳେ ବିରୋଧୀ ହୋହଲ୍ଲା ଜାରି ରଖିଥିଲେ। ଗୃହକୁ ଆସନ୍ତାକାଲି ପୂର୍ବାଂହ ୧୦ ଟା ୩୦ ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି ।

ତେବେ ୨୪ ତାରିଖ ଦିନ ପୂର୍ବାହ୍ନରେ ବିଧାନସଭା ଆଗରେ ପରୀଙ୍କ ବାପା ମାଆ ଆତ୍ମାହୁତି ଉଦ୍ୟମ କରିଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ପ୍ରକାଶ କରି ଆତ୍ମାହୁତି ଉଦ୍ୟମ କଲାବେଳେ ପୋଲିସ ଓ ସୁରକ୍ଷାକର୍ମୀ ସେମାନଙ୍କୁ କାବୁ କରିଥିଲେ ।

ସେପଟେ ହାଇକୋର୍ଟରେ ପହଞ୍ଚିଛି ପରୀ ମୃତ୍ୟୁ ମାମଲା । ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଘଟଣାର ସିବିଆଇ ତଦନ୍ତ ଓ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ମାମଲା ରୁଜୁ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି ।

ଘଟଣାର ୪ମାସ ପରେ ବି ପରୀ ମୃତ୍ୟୁର ରହସ୍ୟ ଉନ୍ମୋଚନ ହୋଇପାରିନଥିବା ବେଳେ ରାଜ୍ୟ ସରକାର ଗତକାଲି ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟାୟ ଦାବିରେ ବିଧାନସଭା ସାମନାରେ ଗତ ମଙ୍ଗଳବାର ଦିନ ପରୀଙ୍କ ବାପା ମା ଆତ୍ମାହୁତି ଉଦ୍ୟମ କରିଥିଲେ ।

Leave a Reply