ପରୀ ହତ୍ୟା ମାମଲା: ସରପଞ୍ଚ ସୌମ୍ୟରଂଜନ ଆଡକୁ ଅଙ୍ଗୁଳି ଉଠାଇଲାଣି ଯଦୁପୁର

Soumyaranjan

ନୟାଗଡ଼: ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଂଜନ ପ୍ରଧାନଙ୍କ ଆଡକୁ ଅଙ୍ଗୁଳି ଉଠାଇଲାଣି ଯଦୁପୁର । ପରୀ ହତ୍ୟାକାଣ୍ଡକୁ ନେଇ ପଲିଟିକାଲ ଡ୍ରାମା କରୁଥିବା ସୌମ୍ୟଙ୍କ ଗିରଫଦାରୀ ନେଇ ଦାବି ତେଜିବାରେ ଲାଗିଲାଣି ।

ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ଧରାପଡ଼ିଛି, କିନ୍ତୁ ତା’ର ଅନ୍ୟ ସହଯୋଗୀ କେଉଁମାନେ ? ଯଦୁପୁରର ସନ୍ଦେହ ଘନଉଛି ପରୀର ପଡ଼ୋଶୀ ତଥା ଲକ୍ଷ୍ମୀପ୍ରସାଦର ସରପଞ୍ଚ ସୌମ୍ୟ ପ୍ରଧାନଙ୍କ ଉପରେ । ପୂର୍ବରୁ ଅନେକ ମାମଲାରେ ଛନ୍ଦି ହୋଇଥିବା ସୌମ୍ୟ, ସରୋଜଙ୍କ ପାଇଁ କାହିଁକି ଢ଼ାଲ ହୋଇ ଠିଆ ହେଉଛନ୍ତି ? ମିଛ ଅଙ୍ଗ ତସ୍କରୀ ଥିଓରୀ ଉଠାଇ ପ୍ରତିଶୋଧ ପଲିଟିକ୍ସରେ ମାତି କିଛି ଭିନ୍ନ ଷଡ଼ଯନ୍ତ୍ର କରିଥିଲେ କି ସରପଞ୍ଚ ବାବୁ ? ଯେଉଁଥିରେ ପରମୁହୂର୍ତ୍ତରେ ପାଣି ପକେଇ ଦେଇଛି ଏସ୍‌ଆଇଟି ।

ବିଜେପି କାହିଁକି ସରୋଜଙ୍କ ଗିରଫଦାରୀକୁ ନେଇ ଅବାନ୍ତର ଯୁକ୍ତି ରଖୁଛି । ଟାର୍ଗେଟ ସାମ୍ନାରେ ରଖି ପଲିଟିକାଲ ଟ୍ରାଏଲ ମାଧ୍ୟମରେ ସରୋଜଙ୍କୁ ବନାଯାଇଥିଲା କି ରାଜନୈତିକ ମୋହରା ? ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ୫ ଲକ୍ଷ ଯାଚୁଥିଲେ ବୋଲି କହିବା ପାଇଁ ସରୋଜ କାହାଠାରୁ ପାଇଥିଲେ ସାହସ ? ସରୋଜଙ୍କ ମୁହଁରେ କୁହାଯାଇନି ତ ସରପଞ୍ଚ ସୌମ୍ୟ ଓ ବିଜେପିର ଭାଷା ? ଯଦି ଅଭିଯୁକ୍ତ ସରୋଜ ନୁହେଁ ଏବଂ ସୌମ୍ୟରଂଜନ ତାଙ୍କୁ ଜାଣିଛନ୍ତି ତାହାଲେ ଏସ୍‌ଆଇଟିକୁ କିଛି ସୁରାକ୍‌ ଦେଉନାହାନ୍ତି କାହିଁକି ? ଏ ଘଟଣାରେ ସୌମ୍ୟଙ୍କୁ ପଚରାଉଚରା କରାଯିବାର ଆବଶ୍ୟକତା ନାହିଁ କି ? ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ।

Leave a Reply