ବଦଳିଲେ ନୟାଗଡ଼ SDPO, ଥାନାଧିକାରୀ ନିଲମ୍ବିତ

1 min read
Pari Death Case; Nayagarh IIC Suspends, SDPO Transferred  

ଭୁବନେଶ୍ୱର: ପରୀ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ । ବହୁଚର୍ଚ୍ଚିତ ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ପୋଲିସ ଡିଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନୟାଗଡ଼ ଥାନାଧିକାରୀ ରୀତାରାଣୀ ସାହୁଙ୍କୁ ନିଲମ୍ବନ କରାଯାଇଛି । ସେହିଭଳି ନୟାଗଡ଼ ଏସଡିପିଓ ନିରଞ୍ଜନ ପାଢ଼ୀଙ୍କୁ ବଦଳି କରାଯାଇଛି । ନିରଞ୍ଜନଙ୍କୁ ଡିଏସପି କନ୍ଧମାଳ ଦାୟିତ୍ୱ ଦିଆଯାଇଥିବା ଡିଜିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Pari Death Case; Nayagarh IIC Suspends, SDPO Transferred

ପରୀ ମୃତ୍ୟୁ ମାମଲାରେ ସରକାର SIT ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ପରୀ ମୃତ୍ୟୁ ମାମଲାର ତଦନ୍ତ କରୁଛନ୍ତି । ଇତିମଧ୍ୟରେ SIT ମୁଖ୍ୟ ବୋଥ୍ରା ପରୀ ଗାଁକୁ ଯାଇ ବାପା, ମାଆଙ୍କୁ ଭେଟିବା ସହ ବାବୁଲି ନାଏକ ଓ ତାଙ୍କ ପୁଅକୁ ପଚରାଉଚରା କରି ଫେରିଛନ୍ତି । ବାବୁଲିଙ୍କ ଡ୍ରାଇଭରକୁ ମଧ୍ୟ ଜେରା କରିଛି SIT ଟିମ୍ ।

Pari Death Case; Nayagarh IIC Suspends, SDPO Transferred

ପରେ SIT ଟିମ୍ ନୟାଗଡ଼ ଟାଉନ୍ ଥାନାକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ । ଗୋଟିଏ ପଟେ ସରକାର ପରୀ ମୃତ୍ୟୁ ମାମଲାରେ SIT ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ବିରୋଧୀ ରାଜନୀତି ଜାରି ରଖିଛନ୍ତି । ପୂର୍ବରୁ ଝିଅକୁ ନ୍ୟାୟ ଦାବି କରି ବିଧାନସଭା ଆଗରେ ପରୀର ବାପା, ମାଆ ଆତ୍ମାହୁତି ଉଦ୍ୟମ କରିଥିଲେ ।

Leave a Reply