‘ହେରା ଫେରି ୩’ କାହିଁକି ଛାଡ଼ିଲେ ପରେଶ, ଭାଇରାଲ ହେଉଛି ଏହି ଭିଡିଓ କ୍ଲିପ୍  

1 min read

ମୁମ୍ବାଇ: ପରେଶ ରାଓ୍ବଲ ଫିଲ୍ମ ହେରା ଫେରି ୩ ଛାଡ଼ିବା ପରେ ବହୁତ ହଙ୍ଗାମା ଦେଖିବାକୁ ମିଳୁଛି । ଏ ନେଇ ଫିଲ୍ମର ଅଭିନେତା ଏବଂ ନିର୍ଦ୍ଦେଶକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କାରଣ ପରେଶଙ୍କ ବିନା ହେରା ଫେରି କିପରି ଲୋକଙ୍କୁ ପସନ୍ଦ ଆସିବ ସେ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି । ଏହାରି ଭିତରେ ପରେଶଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଏହି ଫିଲ୍ମର ସିକ୍ବେଲ ପାଇଁ ବିରକ୍ତି ପ୍ରକାଶ କରିଛନ୍ତି । ସେ ଫିଲ୍ମରେ ଥିବା ତାଙ୍କ ଭୂମିକାକୁ ବେକର ଫାଶୀ ବୋଲି କହିଛନ୍ତି । ସେ ଫିଲ୍ମ ଛାଡ଼ିବା ପରେ ଅକ୍ଷୟ କୁମାର , ସୁନୀଲ ସେଟ୍ଟୀ ଏବଂ ନିର୍ଦ୍ଦେଶକ ପ୍ରିୟଦର୍ଶନ ବୁଝିପାରୁ ନାହାନ୍ତି ଏବେ କ’ଣ କରିବେ । କାହିଁକି ପରେଶ ଏପରି କଲେ?

ଅନ୍ୟପକ୍ଷରେ ପରେଶ ଫିଲ୍ମ ଛାଡ଼ିବା ପରେ ପ୍ରଡକ୍ସନ ହାଉସ ତାଙ୍କୁ ୨୫ କୋଟି ଟଙ୍କାର ଆଇନଗତ ନୋଟିସ ପଠାଇଛି । ଏବେ ଏହି ଫିଲ୍ମର ଭବିଷ୍ୟତ ଅନିଶ୍ଚିତତା ଘେରକୁ ଚାଲିଯାଇଛି ।

ତେବେ ଏ ଫିଲ୍ମ ଛାଡ଼ିବା ପଛରେ ଟଙ୍କା ନୁହେଁ ବୋଲି କୁହାଯାଇଛି । ଫିଲ୍ମରେ ବାବୁରାଓ ଚରିତ୍ରରେ ସେ ବିରକ୍ତ ହୋଇଯାଇଛନ୍ତି । ତାଙ୍କୁ ଆଉ ଏହି ଚରିତ୍ର କରିବାକୁ ଭଲ ଲାଗୁନି । ଏଥିପାଇଁ ସେ ଫିଲ୍ମ ଛାଡ଼ିଛନ୍ତି । ଏ କଥା ସେ ଏକ ଇଣ୍ଟରଭ୍ୟୁରେ ପ୍ରକାଶ କରିଥିଲେ । ଏହାର ଏକ କ୍ଲିପ୍ ଏବେ ଭାଇରାଲ ହେଉଛି ।

 

 

View this post on Instagram

 

A post shared by BoldYuva (@boldyuva)