ସ୍କୁଲ ମିଶ୍ରଣ ପ୍ରସ୍ତାବକୁ ନେଇ କଟକ SCB ମେଡିକାଲ ପବ୍ଲିକ୍ ସ୍କୁଲ ଅଭିଭାବକଙ୍କ ଅସନ୍ତୋଷ

କଟକ: କଟକ ଏସ୍‌ସିବି ମେଡିକାଲ ପବ୍ଲିକ୍ ସ୍କୁଲ ଅଭିଭାବକଙ୍କ ଅସନ୍ତୋଷ  । ସ୍କୁଲ ଆଗରେ ଶତାଧିକ ଅଭିଭାବକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏସ୍‌ସିବି ପବ୍ଲିକ୍ ସ୍କୁଲକୁ ଡିଏଭି ସ୍କୁଲ ସହିତ ମିଶ୍ରଣ ପ୍ରସ୍ତାବକୁ ଅଭିଭାବକମାନେ ବିରୋଧ କରିଛନ୍ତି । ଆଇସିଏସ୍ଇ ପାଠ୍ୟକ୍ରମ ସ୍କୁଲକୁ ସିବିଏସ୍ଇ ପାଠ୍ୟକ୍ରମ ସ୍କୁଲରେ ମିଶାଇବାକୁ ବିରୋଧ କରାଯାଉଛି । ଏହାଦ୍ବାରା ପିଲାଙ୍କ ପାଠପଢ଼ାରେ ଅସୁବିଧା ହେବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି  ।

ତେବେ ଅଭିଭାବକଙ୍କ ଅଭିଯୋଗ ରହିଛି ଯେ, ସ୍କୁଲ କର୍ତ୍ତୁପକ୍ଷ ତାଙ୍କ ସହ ଆଲୋଚନା ନକରି କିପରି ଏତେବଡ଼ ନିଷ୍ପତ୍ତି ନେଇଛନ୍ତି । ଆଇସିଏସଇ ପାଠ୍ୟକ୍ରମ ସ୍କୁଲକୁ ସିବିଏସଇ ପାଠ୍ୟକ୍ରମ ସ୍କୁଲ ସହ ମିଶାଇଲେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି । ସ୍କୁଲ କର୍ତ୍ତୁପକ୍ଷଙ୍କ ସହ ଦେଖାକରି ଆଲୋଚନା କରିବା ପାଇଁ ଚେଷ୍ଟା କଲେ ସ୍କୁଲ କର୍ତ୍ତୁପକ୍ଷ ଏଥିରେ କିଛି କରିପାରିବେ ନାହିଁ ବୋଲି ସଫା ସଫା ମନା କରିଦେଇଥିବା ଅଭିଭାବକ କହିଛନ୍ତି ।

Leave a Reply