ପୁଅର ମୃତ୍ୟୁରେ ମର୍ମାହତ ବାପା ମା’ଙ୍କ ଚରମ ନିଷ୍ପତ୍ତି

1 min read

ଆସିକା: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଅଭାବନୀୟ ଘଟଣା । ପୁଅର ମୃତ୍ୟୁରେ ମର୍ମାହତ ହୋଇ ଜୀବନ ହାରିଲେ ବାପା ମାଆ । ମୃତକ ଦ୍ୱୟ ହେଲେ ରାଜକିଶୋର ଶତପଥୀ ଓ ପତ୍ନୀ ସୁଲୋଚନା ଶତପଥୀ । ପୁଅର କରୋନାରେ ମୃତ୍ୟୁ ହୋଇଥିବା ଖବର ପାଇ ଉଭୟ ଆତ୍ମହତ୍ୟା କରିଛନ୍ତି । ଖବର ଅନୁସାରେ ନାରାୟଣପୁର ଶାସନର ସୀମାଞ୍ଚଳ ଶତପଥୀ ନାମକ ଜଣେ ଶିକ୍ଷକ ଅସୁସ୍ଥତା ହୋଇ ଭୁବନେଶ୍ୱରର ଏକ ମେଡିକାଲରେ ଚିକିତ୍ସାଧିନ ଥିଲେ । ତାଙ୍କୁ କରୋନା ହୋଇଥିବା ନେଇ ସହରରେ ଚର୍ଚ୍ଚା ଚାଲିଥିବା ବେଳେ ଆଜି ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁରେ ବାପା-ମାଆ ଭାଙ୍ଗି ପଡିଥିବା ବେଳେ ଶେଷରାସ୍ତା ବାଛିଥିଲେ । ସେପଟେ କରୋନା ଭୟରେ ମୃତଦେହ ପାଖକୁ କେହି ଆସୁନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply