ମାଆଙ୍କ ଦଶାହ କାର୍ଯ୍ୟ ଯୋଗୁଁ ୪ ଦିନ ପାଇଁ ଅନ୍ତରୀଣ ଜାମିନରେ ଆସିଲେ ପୁଞ୍ଜିଲାଲ ମେହେର

ବଲାଙ୍ଗିର: ଜେଲରୁ ବାହାରିଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେର । ମାଆଙ୍କ ଦଶାହ କାର୍ଯ୍ୟ କରିବାକୁ ତାଙ୍କୁ ଜାମିନ ମିଳିଥିବା ବେଳେ ସେ ଆଜି ଜେଲରୁ ବାହାରିଛନ୍ତି । ଆଜିଠୁ ୨୮ ତାରିଖ ଯାଏଁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

୨୮ ତାରିଖ ଦିନ ୧୧ରେ ହାଜିର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୫୦ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ମୁଚାଲିକାରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଜାମିନ ଅବଧିରେ ଗଣମାଧ୍ୟମ ସହ ଯୋଗାଯୋଗରେ ନରହିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି । ବୁଧୁବାର ପୁଞ୍ଜିଲାଲଙ୍କୁ  ଅନ୍ତରୀଣ ଜାମିନ ପ୍ରଦାନ କରଥିଲେ ହାଇକୋର୍ଟ ।

ଗତ ୧୦ ତାରିଖ ଦିନ ପୁଞ୍ଜିଲାଲଙ୍କ ମାଆ ଇନ୍ଦୁମତିଙ୍କ ମୃତ୍ୟୁ ହୋଇଥିଲା । ଦଶାହ କାର୍ଯ୍ୟ କରିବାକୁ ପାଟଣାଗଡ଼ ଅତିରିକ୍ତ ଦୌରାଜଜ୍‌ କୋର୍ଟ ଜାମିନ ଆବେଦନ ଖାରଜ ପରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ପୁଞ୍ଜିଲାଲ ।

Leave a Reply