ସୁଶାନ୍ତଙ୍କ ଆତ୍ମା ସହ କଥା ହୋଇଥିବା ଦାବି କଲେ ବିଶେଷଜ୍ଞ, ଭାଇରାଲ ହେଲା ଭିଡିଓ

Paranormal Expert Claimed he talk to Sushant Singh Rajpur Soul

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏକ ମାସରୁ ଅଧିକ ସମୟ ହୋଇଗଲାଣି । ତଥାପି, ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ଗ୍ରହଣ କରିବାକୁ ନାରାଜ ଯେ ତାଙ୍କର ପ୍ରିୟ ଅଭିନେତା ଆଉ ଏହି ଦୁନିଆରେ ନାହାଁନ୍ତି । ଏହି ସମୟରେ, ୟୁଟ୍ୟୁବ ଚ୍ୟାନେଲ ଚଲାଉଥିବା ଜଣେ ପାରାନରମାଲ ବିଶେଷଜ୍ଞ ଦାବି କରିଛନ୍ତି ଯେ ସେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମା ​​ସହ କଥା ହୋଇଛନ୍ତି। ସେ ଏହାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସୁଶାନ୍ତଙ୍କ ଭଳି ସ୍ୱର କିଛି ଶବ୍ଦ କହିବାକୁ ଚେଷ୍ଟା କରୁଛି ।

ଏହି ଭିଡିଓର କୌଣସି ସତ୍ୟତା ଉପରେ ଆମେ ଦାବି କରୁନାହୁଁ କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ତାଙ୍କ ଭିଡିଓରେ ଅନେକ ପ୍ରଶଂସକ ଏହି ଅନୁରୋଧ କରିଆସୁଥିଲେ କି ସେ ସୁଶାନ୍ତଙ୍କ ଆତ୍ମା ସହ କଥା ହୁଅନ୍ତୁ ବୋଲି । ବିଶେଷଜ୍ଞମାନେ ସେମାନଙ୍କର ଡିଭାଇସ୍ ସାହାଯ୍ୟରେ କିଛି ପ୍ରଶ୍ନ ପଚାରନ୍ତି, ଯାହା ସେମାନଙ୍କ ଡିଭାଇସରେ ଏକ ନିର୍ଦ୍ଦିଷ୍ଟ ସ୍ୱରରେ ଉତ୍ତର ଆସିଥାଏ । ଅବଶ୍ୟ ସେ ପଚାରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଆସେ ନାହିଁ ।

ବିଶେଷଜ୍ଞ ଜଣଙ୍କ ଏହି ପ୍ରଶ୍ନ ମଧ୍ୟ ପଚାରିଥିଲେ ଯେ, ସୁଶାନ୍ତ କାହିଁକି ଆତ୍ମହତ୍ୟା କରିଥିଲେ? ଯାହା ଉତ୍ତରରେ ଏକ ଶବ୍ଦ ଶୁଣିବାକୁ ମିଳିଥିଲା ‘ପରିବର୍ତ୍ତନ’ । ସୁଶାନ୍ତ ଏବଂ ଉକ୍ତ ପାରାନୋରମାଲ ବିଶେଷଜ୍ଞଙ୍କ କଥାବାର୍ତ୍ତାର ଏହି ଭିଡିଓ ସତ ନା ମିଛ ତାହାର କୌଣସି ପୃଷ୍ଟି ହୋଇନାହିଁ । କିନ୍ତୁ ଏହି ଭିଡିଓ ୟୁଟ୍ୟୁବରେ ଭାଇରାଲ ହେବାରେ ଲାଗିଛି ।

ମୃତ୍ୟୁର କାରଣ ଜଣାପଡ଼ିଲା ନାହିଁ

ଅନେକ ଲୋକ କମେଣ୍ଟ ବକ୍ସରେ ବିଶେଷଜ୍ଞଙ୍କୁ ପୁନର୍ବାର ସୁଶାନ୍ତଙ୍କ ସହ କଥା ହୋଇ ତାଙ୍କ ମୃତ୍ୟୁର କାରଣ ପଚାରିବାକୁ ଅନୁରୋଧ କରିଥିଲେ । ଭିଡିଓ ଶେଷରେ, ବିଶେଷଜ୍ଞ ଆଉ ଗୋଟିଏ କଥା କହିଛନ୍ତି ଯେ ଗୋଟିଏ କଥା ସ୍ପଷ୍ଟ ଯେ ସୁଶାନ୍ତଙ୍କ ସହ କଥାବାର୍ତ୍ତା ସମୟରେ  ଅନ୍ୟ କେହି ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ଭିଡିଓରେ ଥରେ, ଜଣେ ମହିଳାଙ୍କ ସ୍ୱର ଶୁଣିବାକୁ ପାଇଥିଲେ ଯିଏ କିଛି କହିବାକୁ ଚେଷ୍ଟା କରୁଥିଲେ ।

Leave a Reply