ମୁଖ୍ୟମନ୍ତ୍ରୀଙ୍କୁ ମୁଁ ପଠାଇଛି ଚିଠି କହିଲେ- ପରମବୀର ସିଂହ

1 min read
MVA Not Remove Anil Deshmukh As Maharastra Home Minister After Paramabir's Allegation

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀରଙ୍କ ଗୋଟିଏ ଚିଠି ମହାରାଷ୍ଟ୍ର ରାଜନୀତିରେ ଭୂମିକମ୍ପ ଆଣିଦେଇଛି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ପରମବୀର ସିଂହ । ଚିଠିରେ ସେ ଉଲ୍ଲେଖ କରିଛନ୍ତି- ଗୃହମନ୍ତ୍ରୀ ପ୍ରତି ମାସରେ ୧୦୦ କୋଟି ଟଙ୍କା ମାଗୁଥିଲେ । ତେବେ ପରମବୀରଙ୍କ ଏଭଳି ଅଭିଯୋଗକୁ ଅନୀଲ ଦେଶମୁଖ ଖାରଜ କରିଦେବା ସହ ମାନହାନୀ କେସ୍ ଦାଖଲ କରିବେ ବୋଲି କହିଛନ୍ତି । ମହାରାଷ୍ଟ୍ର ରାଜନୀତିରେ ଏହାକୁ ନେଇ ଉଷ୍ଣତା ବୃଦ୍ଧି ପାଇଥିବା ବେଳେ ଦେଇଥିବା ଚିଠି ସମ୍ପୂର୍ଣ୍ଣ ଠିକ୍ ବୋଲି କହିଛନ୍ତି ପରମବୀର ।

Parambir Singh Said Letter Correct No Comments On Anil Deshmukh Allegations

ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଥିବା ଚିଠି ସତ ଓ ଇମେଲ୍ ଆଇଡି ତାଙ୍କର ବୋଲି ପରମବୀର ସ୍ପଷ୍ଟ କରିଛନ୍ତି । ତେବେ ପରମବୀର କରିଥିବା ଅଭିଯୋଗ ଉପରେ ଗୃହମନ୍ତ୍ରୀ ରଖିଥିବା ମନ୍ତବ୍ୟ ଉପରେ ସେ କୌଣସି ଟିପ୍ପଣୀ କରିନାହାନ୍ତି । ପରମବୀର ସିଂହ ଅଭିଯୋଗ କରିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ପାଲଟା ଆକ୍ରମଣ କରିଛନ୍ତି । ମନସୁଖ ହିରେନ ମାମଲାରେ ସଚିନ ୱାଜେଙ୍କ ସମ୍ପୃକ୍ତି ଥିବା ସାମ୍ନାକୁ ଆସିଛି । ପରମବୀର ସିଂହଙ୍କ ଡର ଅଛି ଏହି ମାମଲାର ତାଙ୍କ ସମ୍ପର୍କ ଧରା ପଡ଼ିଯାଇପାରେ । ସେ ନିଜକୁ ବଞ୍ଚାଇବା ଲାଗି ମିଥ୍ୟା ଅଭିଯୋଗ କରୁଛନ୍ତି ।

ଏଥିସହ ପଢ଼ନ୍ତୁ- ଗୃହମନ୍ତ୍ରୀ ମାସକୁ ମାଗୁଥିଲେ ୧୦୦ କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କଲେ ପୂର୍ବତନ କମିଶନର

ସୂଚନାଯୋଗ୍ୟ ଯେ, ଶନିବାର ପରମବୀର ପଠାଇଥିବା ଚିଠିର ଯାଞ୍ଚ କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ଅଲଗା ମେଲ୍ ଆଇଡିରୁ ଶନିବାର ଅପରାହ୍ଣ ୪ଟା ୩୭ରେ ଏକ ଚିଠି ମିଳିଥିଲା । ଇମେଲଟି ଅଫିସିଆଲ୍ ହୋଇନଥିବା ବେଳେ ସେଥିରେ କୌଣସି ଦସ୍ତଖତ ନାହିଁ । ନୂଆ ଇମେଲ୍ ଆଇଡିର ଯାଞ୍ଚ ଆବଶ୍ୟକତା ରହିଛି । ଏଥିପାଇଁ ଗୃହ ମନ୍ତ୍ରାଳୟ ଯୋଗାଯୋଗ ଜାରି ରଖିଛି ।

Leave a Reply