ACF ସୌମ୍ୟରଞ୍ଜନ ମୃତ୍ୟୁର ତନାଘନା, ଖୋଲିବ ବ୍ୟାଚଲର ପାର୍ଟିର ସତ

1 min read

ବଲାଙ୍ଗୀର: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଚାଲିଛି ଜୋରଦାର ତନାଘନା। ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ ବଲାଙ୍ଗୀରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଇଆଇସି ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ବଲାଙ୍ଗୀରରେ ପହଞ୍ଚିଛି। ପ୍ରାଣୀଧନ ନିରୀକ୍ଷକ ଟ୍ରେନିଂ ସେଣ୍ଟରରେ ପହଞ୍ଚିଛି ପାରଳାଖେମୁଣ୍ଡି ପୋଲିସ ।

ଟ୍ରେନିଂ ସମୟରେ ବଲାଙ୍ଗୀରରେ ବିଦ୍ୟାଭାରତୀଙ୍କ ରହଣି ନେଇ ତଦନ୍ତ ଜାରି ରହିଛି । LI ଟ୍ରେନିଂ ସେଣ୍ଟରର ମୁଖ୍ୟ ତଥା ଡେପୁଟି ଡାଇରେକ୍ଟର ଡକ୍ଟର ହେମନ୍ତ ପ୍ରଧାନଙ୍କୁ ପଚରାଉଚରା ଚାଲିଛି। ବିଦ୍ୟାଭାରତୀ ବଲାଙ୍ଗୀର ରହଣି ସମୟରେ ସେ କାହା କାହା ସହିତ ମିଶୁଥିଲେ, ହଷ୍ଟେଲରେ ତାଙ୍କର କିଏ କିଏ ଘନିଷ୍ଠ ବନ୍ଧୁ ଥିଲେ ସେନେଇ ପଚରାଉଚରା ଚାଲିଛି । ସେହିପରି ବିଦ୍ୟାଭାରତୀ କେଉଁଠି ଓ କାହା ପାଖକୁ କଣ କାମ ପାଇଁ ଯାଉଥିଲେ । ସେନେଇ ତଥ୍ୟ ସଂଗ୍ରହ କରୁଛି ତଦନ୍ତକାରୀ ଟିମ୍ । ଏହାସହ ବ୍ୟାଚଲର ପାର୍ଟି ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି ପୋଲିସ।

ଅନ୍ୟପଟେ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଡିଏଫଓଙ୍କୁ ମିଳିଛି କ୍ଲିନ୍‌ ଚିଟ୍‌ । ଡିଏଫଓଙ୍କର କୌଣସି ସଂପୃକ୍ତି ନାହିଁ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି । ସୌମ୍ୟଙ୍କ ଘରକୁ କେବେବି ଯାଇନଥିଲେ ଡିଏଫଓ । ସବୁ ଦିଗରୁ ତଦନ୍ତ ପରେ ଡିଏଫଓଙ୍କ ଲିଙ୍କ ନଥିବା ସ୍ପଷ୍ଟ ହୋଇଛି ଏବଂ ଆବଶ୍ୟକ ପଡିଲେ ଡିଏଫଓ ପୁଣି ସ୍କାନରକୁ ଆସିପାରନ୍ତି ବୋଲି ଏସପି କହିଛନ୍ତି।

Leave a Reply