ପାରଳାଖେମୁଣ୍ଡି, କାଶୀନଗରରେ ବିଜେଡି ଉପାଧ୍ୟକ୍ଷ ନିର୍ଦ୍ବନ୍ଦ୍ବରେ ବିଜୟୀ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ପୌର ପରିଷଦ ଉପାଧ୍ୟକ୍ଷ ପଦ ଜିତିଲା ବିଜେଡି । ୧୩ ନମ୍ବର ଓ୍ବାର୍ଡର କାଉନସିଲର ଲେଙ୍କା ମଧୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି  । ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ଦଳ ପକ୍ଷରୁ ଲେଙ୍କା ମଧୁଙ୍କ ନାଁ ଘୋଷଣା କରିଥିଲେ । ଅନ୍ୟ କେହି ପ୍ରତିଦ୍ବନ୍ଦ୍ବି ନଥିବାରୁ ଲେଙ୍କା ମଧୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

ସେହିପରି କାଶୀନଗର ଏନଏସିରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ବିଜେଡି ଉପାଧ୍ୟକ୍ଷ ପ୍ରାର୍ଥୀ ରଘୁରାମ ସାହୁ । ଏଠାରେ ମୋଟ ୧୩ଟି ଓ୍ବାର୍ଡରୁ ୧୧ଟିରେ ବିଜେଡି ବିଜୟୀ ହୋଇଥିବାରୁ ସଂଖ୍ୟା ଦୃଷ୍ଟିରୁ ରଘୁରାମ ଉପାଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହୋଇଥିବାରୁ ସହରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାନସ ମଙ୍ଗରାଜ ।