କୁକୁର ଆକ୍ରମଣରେ ବାଘ-ବକରି ଚା’ କମ୍ପାନି ମାଲିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପରଲୋକରେ ବାଘ ବକରି ଚା’ କମ୍ପାନୀର ମାଲିକ ପରାଗ ଦେଶାଇ । ବ୍ରେନ୍ ହାମରେଜ୍ ହେବା କାରଣରୁ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ଓ୍ବାଘ୍ ବକରୀ ଟି’ କମ୍ପାନୀର ସେ ଏବେ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରହିଥିଲେ । ତାଙ୍କ ପରଲୋକ ଖବର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସପ୍ତାହରେ ସେ ପଡ଼ି ଯାଇଥିଲେ । ତାଙ୍କର ବ୍ରେନ୍ ହାମରେଜ୍ ହୋଇଥିବାବେଳେ ସେ ମେଡିକାଲରେ ଚିକତ୍ସିତ ହେଉଥିଲେ । ରବିବାର ସଂନ୍ଧ୍ୟାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଗତ ସପ୍ତାହରେ ସେ ନିଜ ବାସ ଭବନରୁ ବାହାରକୁ ବାହାରୁଥିବାବେଳେ କୁକୁରମାନେ ତାଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଇ ଥିଲେ । ଏହି ସମୟରେ ସେ ତଳେ ପଡ଼ିଯିବା ସହ ଗଭୀର ଆଘାତ ପାଇଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ବ୍ରେନ୍ ହାମରେଜ କାରଣରୁ ନିଧନ ଘଟିଥିବା ସୂଚନା ମିଳିଛି ।

ପରାଗ ଦେଶାଇ ହେଉଛନ୍ତି ‘ବାଘ୍‌ ବକ୍‌ରି ଟି ଗ୍ରୁପ୍‌’ର ପରିଚାଳନା ନିର୍ଦେଶକ ରାସେଶ ଦେଶାଇଙ୍କ ପୁଅ। ୧୯୪୭ରେ ଜନ୍ମିତ ରାସେଶ ଦେଶାଇ ହେଉଛନ୍ତି ‘ବାଘ୍‌ ବକ୍‌ରି’କୁ ଭାରତର ତୃତୀୟ ବୃହତ୍‌ ‘ପ୍ୟାକେଜଡ୍‌ ଟି ବ୍ରାଣ୍ଡ୍‌’ରେ ପରିଣତ କରିଥିବା ତୃତୀୟ ପିଢ଼ିର ଉଦ୍ୟୋଗୀ। କମ୍ପାନି ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି, ଯୁକ୍ତରାଷ୍ଟ୍ର ଆମେରିକାର ‘ଲଙ୍ଗ୍‌ ଆଇଲାଣ୍ଡ୍‌ ୟୁନିଭର୍ସିଟି’ରୁ ପରାଗ ଦେଶାଇ ‘ଏମ୍‌ବିଏ’ କରିଥିଲେ। ସେ ତାଙ୍କ କମ୍ପାନିର ସେଲ୍‌ସ୍‌, ମାର୍କେଟିଙ୍ଗ୍‌ ଓ ଏକ୍ସପୋର୍ଟ ବିଭାଗର ମୁଖ୍ୟ ଥିଲେ।

ସୂଚନା ଥାଉକି, ୱାଘ ବକରି ଟି ଗ୍ରୃପର ମାଲିକ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କ ଦେହାନ୍ତ। ଅକ୍ଟୋବର ୧୫ରେ ପରାଗ ଦୁର୍ଘଟଣାର ଶିକାର ହୋଇଥିଲେ। ମର୍ଣ୍ଣିଂ ଓ୍ବାକ୍ ବେଳେ ବୁଲା କୁକୁରଙ୍କଠୁ ନିଜକୁ ରକ୍ଷା କରିବାକୁ ଯାଇ ସେ ଦୌଡୁଥିବା ବେଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଫଳରେ ତାଙ୍କର ବ୍ରେନ ହାମରେଜ ହୋଇଯାଇଥିଲା। ତାଙ୍କୁ ଅହମ୍ମଦବାଦର ଏକ ପ୍ରାଇଭେଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନଆସିବାରୁ ଅସ୍ତ୍ରୋପଚାର ପାଇଁ ଜାଏଡୁସ୍ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ୭ ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା। ଗତକାଲି ୪୯ ବର୍ଷ ବୟସରେ ପରାଗ ଦେଶାଇଙ୍କର ମୃତ୍ୟୁ ହୋଇଛି।