ଥାନାକୁ ସମାଧାନ ପାଇଁ ଆସି ମରଣାନ୍ତକ ଆକ୍ରମଣ

ପାରାଦୀପ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଅଭିଯୋଗ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ସମ୍ମୁଖରେ ଯୁବକଙ୍କୁ କାଚ ବୋତଲରେ ମରଣାନ୍ତକ ଆକ୍ରମଣ ହୋଇଛି । ଯୁବକଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଛି ଦୁଇ ଯୁବକ ।

ସୂଚନା ଯୋଗ୍ୟ , କୋଠିଆ ସାହି ଗାଁର ସଞ୍ଜୟ କୁମାର ରାଉତଙ୍କ ସହ ସରୋଜ ଦାସ ଓ ଦ୍ୱାରିକା ଦାସଙ୍କ ମଧ୍ୟରେ ବିବାଦ ରହିଥିଲା । ଉଭୟ ପକ୍ଷ କୁଜଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିଲେ । ଗତକାଲି ସନ୍ଧ୍ୟାରେ ବିବାଦର ସମାଧାନ ପାଇଁ ସରୋଜ ଥାନାକୁ ଆସି , ଥାନା ସମ୍ମୁଖରେ ଠିଆ ହୋଇଥିବା ବେଳେ ସରୋଜ ଓ ଦ୍ୱାରିକା ପହଞ୍ଚି ଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷୀପ୍ତ ହୋଇ ଦୁଇ ଜଣ ସଞ୍ଜୟଙ୍କ ମୁଣ୍ଡକୁ କାଚ ବୋତଲରେ ଆକ୍ରମଣ କରିଥିଲେ । ଫଳରେ ସଞ୍ଜୟ ଗୁରୁତର ହୋଇଥିବା ବେଳେ ତାଙ୍କୁ କୁଜଙ୍ଗ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଯୁବକଙ୍କୁ ଧରିବାକୁ ଚେଷ୍ଟା କରୁଛି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀ ସୁନ୍ଦରୀଙ୍କୁ ନେଇ ନେଇ ସୁବର୍ଣ୍ଣପୁରରେ ଦେହ ବ୍ୟବସାୟ: ୨ ଗିରଫ

 

Leave a Reply