ମାଛ କିଲୋ ୬ ହଜାର ୪ଶହ ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ମାଛ କିଲୋ ୬ ହଜାର ୪ଶହ ଟଙ୍କା । ପାରାଦ୍ଵୀପ ନେହେରୁବଙ୍ଗଳା ମାଛଧରା ବନ୍ଦର ରେ ପଡିଛି ବିରଳ ତେଲିଆ ବୋରେହି ମାଛ। ଏହି ମାଛ କିଲୋ ପାରାଦ୍ଵୀପରେ ୬ ହଜାର ୪ଶହ ଟଙ୍କାରେ ନିଲାମ ହୋଇଥିଲା । ଏହି ୧୭ଟି ତେଲିଆ ବୋରେହି ମାଛ ୧୮ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା। କିନ୍ତୁ ଜାଲରେ ପଡିଥିବା ମାଛ ଗୁଡିକ ଅଣ୍ଡିରା ପ୍ରଜାତିର ତେଲିଆ ବୋରେହି ହୋଇଥିବାରୁ ଏହାର ମୁଲ୍ୟ ବାହାର ବଜାରରେ କିଲୋପ୍ରତି ୯ ହଜାର ରୁ ୧୦ ହଜାର ହେବ ବୋଲି ଆକଳନ କରାଯାଉଛି।। ନିଲାମ ପରେ ଦିଘା ଗଲା ଏହି ମାଛ। ଏହି ମାଛର ଅନ୍ତ ଓ ପୁଟ୍ଟି କୁ ମେଡିସିନ ପାଇଁ ବ୍ୟବହାର କରାଯାଇଥାଏ। ଏବଂ ବିଦେଶରେ ଏହି ମାଛ ପୁଟ୍ଟି ର ଚାହିଦା ଢେର ଅଧିକ ରହିଛି। ଦିଘା ବଜାରରେ ଏହି ୧୭ ଟି ମାଛର ମୁଲ୍ୟ ପାଖାପାଖି ୨୮ ରୁ ୩୦ ଲକ୍ଷ ହେବ ବୋଲି ଆକଳନ କରାଯାଉଛି।