ରାସନ କାର୍ଡରେ ନାଁ ଚଢ଼େଇବାକୁ ଡାକି ଦୁଷ୍କର୍ମ, କଏଦ ଭିଡିଓକୁ ଦେଖାଇ ମହିଳାଙ୍କୁ ବ୍ଲାକମେଲ ଅଭିଯୋଗ

ପାରାଦୀପ: ଲଜ୍ଜା । ପୁଣି ସାମନାକୁ ଆସିଲା ଲଜ୍ଜା ଖବର । ରାସନ୍ କାର୍ଡରେ ପୁଅର ନାଁ ଚଢାଇବାକୁ ଡାକି ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମର ଭିଡିଓ କରି ଦେଢ ବର୍ଷରୁ ଅଧିକ ସମୟ ଧରି ବ୍ଲାକମେଲ କରୁଥିଲା ଅଭିଯୁକ୍ତ । ଏନେଇ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି ପୀଡିତା । ଅଭିଯୁକ୍ତ ବ୍ଲାକମେଲ କରି ବିଭିନ୍ନ ସମୟରେ ଦୁଷ୍କର୍ମ କରିବା ସହିତ ବିଭିନ୍ନ ପର୍ଯ୍ୟାୟରେ ୬ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୀଡିତାଙ୍କ ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।