ଇତିହାସ ସୃଷ୍ଟି କଲା ପାରାଦ୍ୱୀପ ବନ୍ଦର: ୩ ମାସରେ ୨୫.୭୩ ମେଟ୍ରିକ ଟନ୍ ପଣ୍ୟ କାରବାର

1 min read

ପାରାଦ୍ୱୀପ: ପଣ୍ୟ ପରିବହନ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି ପାରାଦ୍ୱୀପ ବନ୍ଦର। କାନଡଲାର ଦିନଦୟାଲ ବନ୍ଦରକୁ ପଛରେ ପକାଇ ପଣ୍ୟ ପରିବହନରେ ଏକ ନମ୍ବର ସ୍ଥାନ ହାସଲ କରିଛି ପାରାଦ୍ୱୀପ ବନ୍ଦର । ଚଳିତ ଆର୍ଥିକ ବର୍ଷର ମାତ୍ର ୩ ମାସରେ ୨୫.୭୩ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର ହୋଇପାରିଛି । କରୋନା ଯୋଗୁଁ ସବୁ କ୍ଷେତ୍ରରେ ମାନ୍ଦାବସ୍ଥା ଚାଲିଥିବା ବେଳେ ପାରାଦ୍ୱୀପ ବନ୍ଦରର ଏହି ସଫଳତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଛି ।

Modern RFID Access Control System Introduced at Paradip Port ...

ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟଙ୍କ ସଠିକ୍ ପରିଚାଳନା ଯୋଗୁଁ ବିଗତ ୩ ବର୍ଷ ଧରି ପାରାଦ୍ୱୀପ ବନ୍ଦର ଭାରତର ଦ୍ଵିତୀୟ ବୃହତ୍ତମ ବନ୍ଦରର ମାନ୍ୟତା ହାସଲ କରିଥିଲା। ଏବଂ ୨୪ ଘଣ୍ଟାରେ ୨୪ ଜାହାଜକୁ ପରିଚାଳନା କରି ପୂର୍ବରୁ ଇତିହାସ ସୃଷ୍ଟି କରିଥିଲା ପାରାଦ୍ୱୀପ ବନ୍ଦର। ବିଜୁବାବୁଙ୍କ ପ୍ରଚେଷ୍ଟାରେ ୧୯୬୨ ମସିହାରେ ମାତ୍ର ଗୋଟିଏ ବର୍ଥରୁ ଆରମ୍ଭ ହୋଇଥିବା ପାରାଦ୍ୱୀପ ବନ୍ଦର ଆଜି ଭାରତର ଏକ ନମ୍ବର ମେଜର ପୋର୍ଟ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିବାରେ ସଫଳ ହୋଇଛି ।

ଅପରପକ୍ଷରେ ପାରାଦ୍ୱୀପ ବନ୍ଦରର ଏହି ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ ପାରାଦ୍ୱୀପ ପୋର୍ଟ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ଏଭଳି ସଫଳତା ନେଇ ବିଜୁ ବାବୁ ମଧ୍ୟ ଗର୍ବିତ ଅନୁଭବ କରିଥାନ୍ତେ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply