spot_img

Latest Posts

ପାରାଦୀପ ଆଇଓସିଏଲ ଗେଟରେ ଯୁବକଙ୍କ ବ୍ୟାଗରୁ ମିଳିଲା ଗୁଳି

ପାରାଦୀପ  : ପାରାଦୀପ ଆଇଓସିଏଲ ଗେଟରେ ଯୁବକଙ୍କ ବ୍ୟାଗରୁ ମିଳିଲା ଗୁଳି । ଯାଞ୍ଚ ବେଳେ ବ୍ୟାଗରୁ ଗୁଳି ଜବତ କଲା ସିଆଇଏସ‌ଏଫ। ଯୁବକ ଜଣଙ୍କ ଆଇଓସିଏଲରେ ଠିକା କାମରେ ନିଯୁକ୍ତ ଥିବା ଟେକନୋମାଉଣ୍ଟ କମ୍ପାନୀର ସୁପରଭାଇଜର ଦେବାଶିଷ ଦାସ । ପାରାଦୀପ ରିଫାଇନାରୀ ୨ନଂ ଗେଟ୍ ଦେଇ ରିଫାଇନାରୀ ଭିତରକୁ ଯିବା ସମୟରେ ଯାଞ୍ଚ ବେଳେ ବ୍ୟାଗରୁ ଗୁଳି ଜବତ ହୋଇଛି। ଦେବାଶିଷକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଅଭୟଚାନ୍ଦପୁର ପୋଲିସ। ଆଇଓସିଏଲ ଭିତରେ ଗ୍ୟାସ, ପେଟ୍ରୋଲ, ଡିଜେଲ ପ୍ରଭୃତି ସାମଗ୍ରୀ ରହିଥିବାରୁ ଏହା ଭିତରକୁ ମୋବାଇଲ, ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ସମେତ କୌଣସି ସାମଗ୍ରୀ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି। ତେବେ ସୁପରଭାଇଜର ଜଣଙ୍କ କାହିଁକି ନିଜ ବ୍ୟାଗରେ ଗୁଳି ନେଇଥିଲେ ତାହା ଜଣାପଡ଼ିନାହିଁ। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Latest Posts

Don't Miss