ଉଦଘାଟିତ ହେଲା କୋରାପୁଟର ଆଦିବାସୀ ଲୋକ ମହୋତ୍ସବ ‘ପରବ’
କୋରାପୁଟ: କୋରାପୁଟ ଜିଲ୍ଲାର ଆଦିବାସୀ ଲୋକ ମହୋତ୍ସବ ‘ପରବ’ ଉଦଘାଟନ ହୋଇଛି। ଜିଲ୍ଲାର ପଟାଙ୍ଗୀ ବ୍ଳକ ଦୁଧାରୀ ଗ୍ରାମ ମାଉଲୀ ମାଆ ମନ୍ଦିରରୁ ଏହାର ଶୁଭାରମ୍ଭ ହୋଇଛି । ନିଶାଣିମୁଣ୍ଡାରେ ପୂଜାର୍ଚ୍ଚନା ପରେ ମାଉଲୀ ମାଆଙ୍କ ମନ୍ଦିରରେ ପହଞ୍ଚିଥିଲା ପରବ ମଶାଲ । ଜିଲ୍ଲାର ସମସ୍ତ ବ୍ଳକ ଓ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କ ସହ ସାଧାରଣ ଲୋକ ଓ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ ।
ଜାତୀୟ ସ୍ତରରେ ପରିଚିତ ହୋଇଛି କୋରାପୁଟ ଜିଲ୍ଲାର ପରବ । ଜିଲ୍ଲାର ଢେମସା ନାଚ ତାଳେ ତାଳେ ଏକାକାର ହୋଇପଡିଥିଲେ ନେତା ପ୍ରଶାସକ ଓ ସାଧାରଣ ଜନତା । କୋରାପୁଟ କଳା ସଂସ୍କୃତିକୁ ଉଜ୍ଜୀବୀତ ରଖିବା ଉଦ୍ଦେଶ୍ଯରେ ୨୭ ବର୍ଷ ତଳେ ଆରମ୍ଭ ହୋଇଥିଲା ଏହି ପ୍ରୟାସ । ପୂଜ୍ୟପୂଜାର ବ୍ୟତିକ୍ରମ ନହୋଇ ପରବକୁ ସଠିକ ଭାବରେ ଶେଷ କରିବାକୁ ଆହ୍ବାନ ଦେଇଛନ୍ତି ନେତା ଓ ପ୍ରଶାସକ । ୧୯ ତାରିଖ ଯାଏଁ ଚାଲିବାକୁ ଥିବା ଏହି ମହୋତ୍ସବରେ ଜିଲ୍ଲାର ଅନେକ ସାଂସ୍କୃତିକ ଦଳ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବେ ।
ପରବ ମାଧ୍ୟମରେ ସାଧାରଣ ଜନତା ସହିତ ପ୍ରଶାସନ ଓ ଲୋକ ପ୍ରତିନିଧି ମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାରେ ଏକତା ସୃଷ୍ଟି କରିବାରେ ସକ୍ଷମ ହୋଇଛି ପରବ ।