ପାରା ଏସିଆନ୍ ଗେମସ ବ୍ୟାଡମିଣ୍ଟନ ସିଙ୍ଗଲସ ଫାଇନାଲରେ ପ୍ରମୋଦ ଭଗତ

1 min read

ବ୍ୟୁରୋ ରିପୋର୍ଟ: ପାରା ଏସିଆନ୍ ଗେମସ ବ୍ୟାଡମିଣ୍ଟନ ସିଙ୍ଗଲସ ଫାଇନାଲରେ ପ୍ରମୋଦ ଭଗତ । ଫାଇନାଲକୁ ପ୍ରବେଶ ସହ ରୌପ୍ୟ ପଦକ ପକ୍କା କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ସେମିଫାଇନାଲରେ ଥାଇଲାଣ୍ଡ ପ୍ରତିଯୋଗୀ ମଙ୍ଗଖୋନ ବୁନସୁନଙ୍କ ଲଗାତର ୨ଟି ସେଟରେ ପରାସ୍ତ କରି ରୌପ୍ୟ ପଦକ ପକ୍କା କରିଛନ୍ତି । ଦମଦାର ଖେଳ ପ୍ରଦର୍ଶନ କରିଥିଲେ ପ୍ରମୋଦ।

ପ୍ରଥମ ସେଟକୁ ୨୧-୧୩ ପଏଣ୍ଟ ବ୍ୟବଧାନରେ ଜିତିଥିବାବେଳେ ଦ୍ବିତୀୟ ସେଟକୁ ୨୧-୧୨ ପଏଣ୍ଟରେ ଜିତି ନେଇଥିଲେ । ପୂର୍ବରୁ ବ୍ୟାଡମିଣ୍ଟନ ମିଳିତ ବର୍ଗ ସେମିଫାନାଲରେ ପରାସ୍ତ ହୋଇ ବ୍ରୋଂଜ ହାତେଇଛନ୍ତି ପ୍ରମୋଦ ଭଗତ ଓ ସୁକାନ୍ତ କଦମ ଯୋଡ଼ି । ଇଣ୍ଡୋନେସିଆର ଦ୍ବାଇକୋ ଏବଂ ଫ୍ରେଡି ସେଟିୱାନ ଯୋଡ଼ିଙ୍କଠାରୁ ୨-୧ ସେଟରେ ପରାସ୍ତ ହୋଇ ବ୍ରୋଂଜରେ ସନ୍ତୁଷ୍ଟ ହେବାକୁ ପଡିଛି । ମିଳିତ ବର୍ଗ ମ୍ୟାଚଟି ବହୁତ ସଂଘର୍ଷପୂର୍ଣ୍ଣ ଥିଲା।

ପ୍ରଥମ ସେଟ୍ ରେ ଭଲ ଖେଳ ଦେଖାଇ ୨୨-୨୦ ପଏଣ୍ଟରେ ଜିତିଥିଲେ। ଦ୍ୱିତୀୟ ସେଟ୍ ରେ ବି ଭଲ ପ୍ରଦର୍ଶନ କରି ୧୯-୧୪ ଲିଡରେ ପ୍ରମୋଦ ସୁକାନ୍ତ ଥିଲେମଧ୍ୟ ଇଣ୍ଡୋନେସିଆ ଦଳ ସମସ୍ତଙ୍କୁ ଚକମା ଦେଖାଇ ଲଗାଦାର ୫ ପଏଣ୍ଟ୍ ହାତେଇ ୨୦-୨୦ ବରାବରା  କରିଥିଲା ପରେ ଦ୍ୱିତୀୟ ସେଟ୍ ୨୩-୨୧ ରେ ବିଜୟ ହୋଇଥିଲା । ତୃତୀୟ ସେଟ୍ ପାଇଁ ଭାରତୀୟ ଦଳରେ ଜିତିବା କଷ୍ଟ ହୋଇଯାଇଥିଲା । ଇଣ୍ଡୋନେସିଆ ଦଳ ବହୁତ୍ ଭଲ ପ୍ରଦର୍ଶନ କରି ୨୧-୧୨ ରେ ବିଜୟ ହୋଇଥିଲା ।