ସୁନ୍ଦରଗଡ ଅସ୍ବାଭାବିକ ମୃତ୍ୟୁ, ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ପାନପୋଷ ଉପଜିଲ୍ଲାପାଳ

ସୁନ୍ଦରଗଡ: କେମିତି ଚାଲିଗଲା ୧୪ ଜଣଙ୍କ ଜୀବନ । ଗତକାଲି ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଜଣଙ୍କ ମୃତ୍ଯୁକୁ ନେଇ ଚାଞ୍ଚଲ୍ଯ ଖେଳିଯାଇଛି । ସୁନ୍ଦରଗଡ଼ ମେଡିକାଲରେ ୪ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୦ ଜଣଙ୍କ ମୃତ୍ଯୁ ହୋଇଛି ।

ମୃତ୍ଯୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଂଶୁଘାତରେ ଜୀବନ ଯାଇଥିବା ସନ୍ଦେହ କରାଯାଉଛି । ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ମଧ୍ଯରୁ ୧୧ ଜଣ ରାଉରକେଲା ସରକାରୀ ଡାକ୍ତରଖାନା ଓ ଅନ୍ଯ ୪ ଜଣ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସ୍ବତନ୍ତ୍ର ଡାକ୍ତରୀ ଦଳ ସମସ୍ତଙ୍କ ଉପରେ ନଜର ରଖିଛନ୍ତି ।

ରାଉରକେଲା ମହାନଗର ନିଗମ କମିଶନର ଓ ପାନପୋଷ ଉପଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ସମସ୍ତଙ୍କର ମୃତ୍ଯୁ ହେଲା ସେନେଇ ତଦନ୍ତ କରାଯାଉଛି ।