ସମନ୍ଵିତ ପ୍ରଣାଳୀରେ ଚାଷ କରି ସ୍ଵାବଲମ୍ବୀ ପଙ୍କଜ
ନନ୍ଦିଘୋଷ ବ୍ୟୁରୋ: ସମନ୍ଵିତ ପ୍ରଣାଳୀରେ ଚାଷ କରି ସ୍ଵାବଲମ୍ବୀ । କୃଷି ଓ ଉଦ୍ୟାନ ବିଭାଗ ସହଯୋଗରେ ମାଛ ଓ ଛତୁ ଚାଷ କରି ସଫଳ ଉଦ୍ଯୋଗୀ ପାଲଟିଛନ୍ତି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗାଁର ପଙ୍କଜ ସାହୁ । ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ୧୦ ରୁ ୧୨ ଜଣଙ୍କୁ ରୋଜଗାର ମଧ୍ଯ ଦେଇଛନ୍ତି । ଅନ୍ଯ ପାଇଁ ପାଲଟିଛନ୍ତି ଉଦାହରଣ ।
ପିଲାଟି ଦିନରୁ ଚାଷ କାମରେ ବିମୁଖ । ଏଭଳି ଏକ ଚାଷୀ ହେଲେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗାଁର ପଙ୍କଜ ସାହୁ । ସେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ଯ ଚାକିରୀ ପଛରେ ନଗୋଡାଇ ନିଜସ୍ଵ ସମ୍ବଳରେ ସମନ୍ଵିତ କୃଷିକୁ ଆପଣାଇ ସୃଷ୍ଟି କରିଛନ୍ତି ସ୍ଵତନ୍ତ୍ର ପରିଚୟ । ନିଜର ପାଞ୍ଚ ଏକର ଜମିରେ ମାଛ ଚାଷ ଠୁ ଆରମ୍ଭ କରି ଛତୁ ଚାଷ, ଗେଣ୍ଡୁ ଫୁଲ, ଆମ୍ବ ସହିତ ବିଭିନ୍ନ ପନିପରିବା ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ଏବଂ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । କୃଷକ ରତ୍ନ, କୃଷି ଓଡିଶା ଭଳି ଅନେକ ପୁରସ୍କାର ପାଇବା ସହିତ ଜଣେ ସଫଳ ଚାଷୀ ଭାବେ ରାଜ୍ଯ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଛନ୍ତି ପଙ୍କଜ।
ପଙ୍କଜ ଚାଷ କାମ କରି ନିଜେ ସ୍ଵାବଲମ୍ବୀ ହେବା ସହିତ ୧୦ ରୁ ୧୨ ଜଣଙ୍କୁ କୃଷିକାର୍ଯ୍ୟରେ ନିୟୋଜିତ କରି ରୋଜଗାର ଦେଉଛନ୍ତି । ତାଙ୍କୁ ଚାଷ କାର୍ଯ୍ଯରେ ତାଙ୍କ ଧର୍ମପତ୍ନୀ ସହଯୋଗ କରୁଛନ୍ତି । ସରକାରଙ୍କ ପକ୍ଷରୁ କେବଳ ବିଜୁଳିର ବ୍ୟସ୍ତତା ହୋଇ ପାରିଲେ ଆହୁରି ଉନ୍ନତି ହୋଇପାରନ୍ତା ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । ଅନ୍ୟପଟେ କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀ ପଙ୍କଜକୁ ଏକ ପ୍ଯାକିଙ୍ଗ ହାଉସ ସହିତ , ନେଟ ହାଉସ ସହ ବିଭିନ୍ନ ସମୟରେ ଚାରା ଓ ଚାଷ ଉପକରଣ ଯୋଗାଇ ଦେଉଥିବା ନେଇ ଉଦ୍ୟାନକୃଷି ଅଧିକାରୀ କହିଛନ୍ତି ।