ଅନ୍ଧାର ରାତି, ଅଜଣା ବିମାନ ଓ ଧୁଆଁଧୁଆଁ ହେଲା ତାଲିବାନ ମୋର୍ଚ୍ଚା

ନୂଆଦିଲ୍ଲୀ : ପଞ୍ଜଶୀରକୁ ନେଇ ଏବେ ବି ଜାରି ରହିଛି ସସପେନସ୍। ପାକିସ୍ତାନର ଡ୍ରୋନ ଆକ୍ରମଣ ସାହାଯ୍ୟରେ ଏହାକୁ କବଜା କରିଥିବା ନେଇ ଦାବି କରିଛି ତାଲିବାନ। ପଞ୍ଜଶୀର ଗଭର୍ଣ୍ଣର କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ତାଲିବାନୀ ପତାକା ବି ଉଡିଛି। ଅନ୍ୟପଟେ ପଞ୍ଜଶୀର ତାଲିବାନ ହାତକୁ ଯାଇନାହିଁ ବୋଲି ଦାବି କରିଛନ୍ତି ବିଦ୍ରୋହୀ, ତେବେ ଏହାରି ଭିତରେ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଖବର। ତାଲିବାନୀଙ୍କ ଉପରେ ହୋଇଛି ଏୟାର ଷ୍ଟ୍ରାଇକ୍ । ସୋମବାର ପଞ୍ଜଶୀରରେ ତାଲିବାନ ଶିବିର ଉପରେ ହୋଇଛି ଆକ୍ରମଣ। ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ତାଲିବାନକୁ କଡ଼ା ଯବାବ ଦେଲା କିଏ?
ସୂଚନା ମୁତାବକ ଗତ ସୋମବାର ରାତିରେ ତାଲିବାନ ଶିବିର ଉପରେ ହୋଇଛି ଧୁଆଁଧାର ବିମାନ ଆକ୍ରମଣ। ଏଥିରେ ତାଲିବାର ବହୁ କ୍ଷତି ବି ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଏହି ଏୟାର ଷ୍ଟ୍ରାଇକ୍ କଲା କିଏ? ଆଫଗାନିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଓ ସାମ୍ୱାଦିକଙ୍କ ଅନୁସାରେ ସୋମବାର ବିଳମ୍ବିତ ରାତ୍ରିରେ ପଞ୍ଜଶୀରେ ତାଲିବାନ ଶିବିର ଉପରେ ହୋଇଛି ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍। ଆଉ ଏହି ଆକ୍ରମଣ କରିଛନ୍ତି ଅଜଣା ଯୁଦ୍ଧ ବିମାନ। ତେବେ ଏହି ଖବର ଆସିବା ମାତ୍ରେ ସମସ୍ତଙ୍କ ମନରେ ବାସ ଗୋଟିଏ ପ୍ରଶ୍ନ ଯେ ଏହି ଆକ୍ରମଣ କେଉଁ ଦେଶ କରିଛି । ଋଷ୍ ନା ତାଜିକିସ୍ତାନ?
ଆଫଗାନିସ୍ତାନର ବହୁ ସାମ୍ବାଦିକଙ୍କ କଳ୍ପନାଜଳ୍ପନା ଭିତରେ ତାଜିକିସ୍ତାନର ନାମ ଶୀର୍ଷରେ ରହିଛି। କାରଣ ବିଦ୍ରୋହୀ ନେତା ଅହମ୍ମଦ ମାସୁଦ ଆଜିକାଲି ତାଜିକିସ୍ତାନରେ ଅଛନ୍ତି ବୋଲି ଦାବି କରାଯାଉଛି। ଏହା ବ୍ୟତୀତ ଯେତେବେଳେ ତାଲିବାନ ଆଫଗାନିସ୍ତାନ ଦଖଲ କଲା, ସେତେବେଳେ ଆଫଗାନିସ୍ତାନ ସେନାର ଅନେକ ଯୁଦ୍ଧ ବିମାନ ଏଠାରୁ ବାହାରି ତାଜିକିସ୍ତାନରେ ପହଞ୍ଚିଥିଲା। ଏହାବ୍ୟତୀତ ସମୟ ସମୟରେ ତାଜିକିସ୍ଥାନ ତାଲିବାନି ବିରୋଧୀ ସଂଗଠନଙ୍କୁ ସାହାଯ୍ୟ ମଧ୍ୟ କରିଆସିଛି । ଆଉ ଏହାହିଁ ପ୍ରମୁଖ କାରଣ ଯେ ତାଲିବାନୀଙ୍କ ଉପରେ ଏହି ଅଜଣା ଆକ୍ରମଣ ପଛରେ ତାଜାକିସ୍ତାନର ହାତ ଥିବା ଚର୍ଚ୍ଚା ହେଉଛି ।
ତାଜିକିସ୍ତାନକୁ ଛାଡ଼ି ଋଷ ଓ ଇରାନ ବି ଏହି ଆକ୍ରମ କରାଇଥାଇପାରନ୍ତି ବୋଲି କୁହାଯାଉଛି । କାରଣ ନିକଟରେ ତାଲିବାନ ସପକ୍ଷରେ ପାକିସ୍ତନ ଦ୍ୱାରା ପଞ୍ଜଶୀରରେ ହୋଇଥିବା ଡ୍ରୋନ ଆକ୍ରମଣକୁ ନେଇ ଇରାନ ଉତକ୍ଷିପ୍ତ ହୋଇଥିଲା। ତେଣୁ ଏମିତିରେ ଇରାନ ଏହି ଆକ୍ରମଣର ବଦଲା ନେବା ପାଇଁ ଆକ୍ରମଣ କରିଥାଇପାରେ ବୋଲି ମଧ୍ୟ କୁହାଯାଉଛି। ଅନ୍ୟପଟେ ଋଶ ଓ ତାଲିବାନର ସମ୍ପର୍କ ବି କିଛି ଖାସ ନୁହେଁ, ଆମେରିକା ଯେଉଁଭଳି ଭାବରେ ସମଗ୍ର ଆଫଗାନିସ୍ତାନକୁ ତାଲିବାନକୁ ହସ୍ତାନ୍ତର କରିଦେଲା, ଋଷ ଏଥିରେ କ୍ଷୁବ୍ଧ ହୋଇଥିଲା ଓ ଆମେରିକାକୁ କଡ଼ା ନିନ୍ଦା କରିଥିଲା। ଏମିତରେ ପଞ୍ଜଶୀର ସଂଘର୍ଷରେ ବିଦ୍ରାହୀଙ୍କୁ ସପକ୍ଷରେ ଋଷ ଏହି ଆକ୍ରମଣ କରିବା କୌଣସି ଆଶ୍ଚର୍ଯ୍ୟକର ଘଟଣା ନୁହେଁ।
ତେବେ ଏସବୁ ଯୁକ୍ତି ବି ଦୁର୍ବଳ ହୋଇଯାଉଛି କାରଣ ତାଲିବାନ ସରକାର ଗଠନ କର୍ଯ୍ୟକ୍ରମରେ ଯେଉଁ ଦେଶଗୁଡ଼ିକୁ ନିମନ୍ତ୍ରଣ କରାଯାଇଛି, ସେଥିରେ ଇରାନ ଓ ଋଷର ନା ମଧ୍ୟ ସାମିଲ ରହିଛି। ତେବେ ଏହି କଳ୍ପନାଜଳ୍ପନାରେ ସେତେବେଲେ ହିଁ ପୂର୍ଣ୍ଣଛେଦ ପଡ଼ିବ ଯେତେବେଳେ ଆକ୍ରମଣକାରୀ ନିଜେ ସାମ୍ନାକୁ ଆସିବ ।