spot_img

Latest Posts

ପଞ୍ଜଶିର ଯୋଦ୍ଧାଙ୍କ ଡରରେ ମୃତଦେହ ଛାଡି ପଳାଇଲେ ତାଲିବାନୀ

ଆଫଗାନିସ୍ତାନକୁ ତାଲିବାନ କବଜ୍ଜା କରିନେଇଛି ସତ,କିନ୍ତୁ ଏବେ ବି ଏହିଭଳି ଏକ ଅଂଚଳ ରହିଛି,ଯାହାକୁ କବଜା କରିବାରେ ବିଫଳ ହୋଇଛନ୍ତି ତାଲିବାନୀ । ଆଫଗାନିସ୍ତାନର ପଞ୍ଜଶୀର ପ୍ରାନ୍ତକୁ ଏଯାଏଁ ପହଂଚିପାରିନି ତାଲିବାନୀଙ୍କ ଛାୟା । ଘାଟିର ସାହାସୀ ଯୋଦ୍ଧା ଲଗାତାର ତାଲିବାନୀଙ୍କୁ ଚକମା ଦେଉଛନ୍ତି । ନୂଆ ସରକାରଙ୍କ ପାଇଁ ପଞ୍ଜଶୀର ପ୍ରାନ୍ତରେ ଗତ କିଛିଦିନ ହେବ ତାଲିବାନ ଏବଂ ରେଜିଷ୍ଟାନ୍ସ ଫୋର୍ସ ତଥା ଉତ୍ତର ଆଲାଇନ୍ସ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏବେ ତାଲିବାନ ପଞ୍ଜଶୀର ଘାଟୀରେ ପ୍ରବେଶ କରିବାର ଚେଷ୍ଟା ଜାରି ରଖିଛି । ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବଂ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ରେଜିଷ୍ଟାନ୍ସ ଫୋର୍ସ ତଥା ଉତ୍ତର ଆଲାଇନ୍ସ ସଠିକ ଜବାବ ଦେଇଛି ।

ଏହି ସମୟରେ ପଞ୍ଜଶୀରଙ୍କ ବାହିନୀ ୪୦ ତାଲିବାନିଙ୍କ ହତ୍ୟା କରିଛନ୍ତି । କେବଳ ସେତିକି ନୁହେଁ ପଞ୍ଜଶିରର ସାହାସୀ ଯୋଦ୍ଧାଙ୍କୁ ଭୟ କରି ସେମାନେ ନିଜ ସାଥୀମାନଙ୍କ ଶବ ଛାଡ଼ି ପଳାୟନ କରିଥିଲେ । ତେବେ ରେଜିଷ୍ଟାନ୍ସ ଫୋର୍ସ ଏହି ପ୍ରଦେଶରେ ସଂଘର୍ଷ ସମୟରେ ନିହତ ହୋଇଥିବା ୪୦ ତାଲିବାନ ଆତଙ୍କବାଦୀଙ୍କ ମୃତଦେହକୁ ତାଲିବାନ ଗୋଷ୍ଠୀକୁ ହସ୍ତାନ୍ତର କରିଛି।

ରେଜିଷ୍ଟାନ୍ସ ଫୋର୍ସର ମୁଖପାତ୍ର କହିଛନ୍ତି ଯେ, ତାଲିବାନୀ ବାରମ୍ବାର ପଞ୍ଜସିରର ପ୍ରଦେଶର ଶୋତୁଲ ଜିଲ୍ଲାକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ହେଲେ ସେମାନଙ୍କ ଚେଷ୍ଟା ବିଫଳ ହୋଇଥିଲା । ତେବେ ଜିଲ୍ଲାକୁ ପ୍ରବେଶ କରିବା ଉଦ୍ୟମ ଜାରି ଥିବାବେଳେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା ଏବଂ ତାଲିବାନର ୪୦ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା । ନିହତ ହୋଇଥିବା ଲୋକଙ୍କ ଶବ ତାଲିବାନକୁ ହସ୍ତାନ୍ତର କରାଯାଇଛି। ଏହା ପରେ ଗୁରୁବାର ଉଭୟ ପକ୍ଷରୁ କୌଣସି ବିବାଦ ସୃଷ୍ଟି ହୋଇନଥିଲା ବୋଲି କହିଛନ୍ତି ମୁଖପାତ୍ର ।

ପଞ୍ଜସିର ଘାଟିରେ ଆଫଗାନିସ୍ତାନର କାର୍ଯ୍ୟନିର୍ବାହି ରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ଆଫଗାନିସ୍ତାନରୁ ତାଲିବାନୀକୁ ହଟାଇବା ନେଇ ଶପଥ ନେଇଛନ୍ତି। ଏହା ସହ ଅହମ୍ମଦ ଶାହଙ୍କ ପୁଅ ଅହମ୍ମଦ ମାସୁଦ ମଧ୍ୟ ହାର ନମାନିବାର ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଡିକ୍ସନାରିରେ ଆତ୍ମସମର୍ପଣ ଭଳି କୌଣସି ଶବ୍ଦ ନାହିଁ । ତେଣୁ ଏଭଳି ପରିସ୍ଥିତିରେ ତାଲିବାନୀଙ୍କ ପାଇଁ ପଞ୍ଜଶୀର ଘାଟିକୁ ନିଜ କବଜ୍ଜାରେ କରିବା ଅତ୍ୟନ୍ତ କଷ୍ଟକର ହେବ।

ନିକଟରେ ତାଲିବାନ ନେତାମାନେ ଏହି ଚୁକ୍ତି ସମ୍ପର୍କରେ ବିଦ୍ରୋହୀ ଦଳର ନେତା ଅହମ୍ମଦ ମାସୁଦଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଏହି ବାର୍ତ୍ତାଳାପ ଦ୍ୱାରା କୌଣସି ସମାଧାନ ହୋଇପାରିନଥିଲା । ଏହା ପରେ ତାଲିବାନ ପୁନର୍ବାର ପଞ୍ଜସିର ଉପରେ ଆକ୍ରମଣ କରିଥିଲା। ଅଗଷ୍ଟ ମଧ୍ୟଭାଗରୁ ପ୍ରସିଦ୍ଧ ଆଫଗାନୀ କମାଣ୍ଡର ଅହମ୍ମଦ ଶାହା ମସୁଦଙ୍କ ପୁଅ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ତାଲିବାନ ବିଦ୍ରୋହୀମାନେ ପଞ୍ଜସିର ଘାଟିରେ ଏକଜୁଟ ହୋଇଥିଲେ। ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ସେମାନଙ୍କ ସହ ଉପସ୍ଥିତ ଅଛନ୍ତି । ମିଳିତ ଭାବେ ସେମାନେ ଏଠାରେ ତାଲିବାନୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି।

Latest Posts

Don't Miss