ବଜ୍ରକପ୍ତା କାତି ଜବତ, ୧୫ ଅଟକ

ବାରିପଦା: ଫସର ଫାଟିଲା ବଜ୍ରକାପ୍ତା କାତି ଚୋରା ଚାଲାଣ । ଡିଲ୍ ବେଳେ ମାଡ଼ଇ ବସିଲା ବନ ବିଭାଗ । କାତି ଜବତ ସହ ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବିନ ବିଭାଗ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଗୋଲେଇ ବାଇପାସ ନିକଟରେ ।
ବଜ୍ରକାପ୍ତା କାତି କାରବାର ହେଉଥିବା ନେଇ ବନ ବିଭାଗ ପାଖରେ ଖବର ପହଞ୍ଚି ଥିଲା । ଏହାପରେ ସଦଳବଳେ ବିଭାଗୀୟ କର୍ମଚାରୀ ଚଢ଼ାଉ କରିଥିଲେ ।
ଏହି କାରବାର ପଛରେ ଏକ ଆନ୍ତରାଜ୍ୟ ଗ୍ୟାଙ୍ଗ କାମ କରୁଥିବା ଅନୁମାନ କରାଯାଉଛି । ଅଟକ ଅଭିଯୁକ୍ତଙ୍କ ମଧ୍ୟରୁ କେନ୍ଦୁଝରରୁ ୮ ଜଣ ଥିବା ବେଳେ ଯାଜପୁରରୁ ଜଣେ, ଝାଡ଼ଖଣ୍ଡରୁ ୩ ଜଣ ଓ କରଞ୍ଚିଆରୁ ୩ ଜଣ ଅଛନ୍ତି ।