ପିଲାଙ୍କୁ ଗୁରୁମନ୍ତ୍ର ଦେଲେ 5T ଅଧ୍ୟକ୍ଷ, କହିଲେ ବାପା,ମାଆ ଓ ଗୁରୁଙ୍କୁ ସମ୍ମାନ ଜଣାଇଲେ ବଢିବ ଜ୍ଞାନ ଓ ଗାରିମା

1 min read

ଅନୁଗୁଳ: ବାପା,ମାଆ ଓ ଗୁରୁଙ୍କୁ ସମ୍ମାନ ଜଣାଇଲେ ବଢିବ ଜ୍ଞାନ ଓ ଗାରିମା । ଯେତେ ସମ୍ମାନ ଦେବେ ସେତେ ଜ୍ଞାନ ପାଇବେ ବୋଲି ଖମାର କଲେଜରେ ପିଲାଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଖମାରରେ ଛାତ୍ରଛାତ୍ରୀଙ୍କୁ ଭେଟିବା ଅବସରରେ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ସ୍ମାର୍ଟ ହେଉଛି ବୋଲି କହିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ୫କୋଟି ଅନୁମୋଦନ କରିଛନ୍ତି ବୋଲି ଜଣାଇଛନ୍ତି । ଏହାର କ୍ଲାସରୁମ ସ୍ମାର୍ଟ ହେବ, ସାଇନ୍ସ ଲ୍ୟାବ ଇ-ଲାଇବ୍ରେରୀ ପିଲା ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ। ଖମାରର ପିଲାମାନେ ବଡ଼ ସହରର ପିଲାଙ୍କ ଭଳି ସୁବିଧା ପାଇବେ । କଠିନ ପରିଶ୍ରମ କରିବେ, ଭବିଷ୍ୟତ ଉଜ୍ଜଳ କରିବେ ବୋଲି ସେ ଆଶା କରିଛନ୍ତି । ପାଠପଢି ବାପା, ମାଆ, କଲେଜ ଓ ଅନୁଗୁଳର ନାଁ ରଖିବେ । ଏହି ଅବସରରେ ପାଣ୍ଡିଆନ ତାଙ୍କ ଜୀବନର କାହାଣୀ ମଧ୍ୟ ବଖାଣିଥିଲେ । ସେ ବହୁତ ପଛୁଆ ଅଞ୍ଚଳରୁ ଆସିଥିଲେ ।

୨୦କିମି ସାଇକେଲରେ ଯିବା ଆସିବା କରୁଥିଲେ । ସରକାରୀ ସ୍କୁଲରେ ପାଠପଢି ସେ ଆଇଏଏସ ଅଫିସର ହୋଇପାରିଥିଲେ  । ଯଦି ସେ ଆଇଏଏସ ଅଫିସର ହୋଇପାରିଲେ ତେବେ ସମସ୍ତେ ଏହି ସ୍ବପ୍ନ ସାକାର କରିପାରିବେ ବୋଲି ଗୁରୁମନ୍ତ୍ର ଦେଇଛନ୍ତି ପାଣ୍ଡିଆନ । ୫ବର୍ଷ ବହୁତ ଗୁରୁତ୍ବପୂର୍ଣ୍ଣ । ଯଦି ଦିନରାତି କଠିନ ପରିଶ୍ରମ କରିବେ ଭବିଷ୍ୟତ ଉଜ୍ଜ୍ବଳ ହେବ । ଗଡସନ୍ତ୍ରିରେ ସମୀକ୍ଷା କାର୍ଯ୍ୟକ୍ରମ ଶେଷ ପରେ ଖମାର ଜଗନ୍ନାଥ ମନ୍ଦିରରେ ଦର୍ଶନ କରି ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ 5T ଅଧ୍ୟକ୍ଷ ।