spot_img

Latest Posts

ଧର୍ମେନ୍ଦ୍ର ପ୍ରଧାନଙ୍କୁ କାର୍ତ୍ତିକ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ଦମ ଅଛି ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବିଜେପି

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ। ଦମ ଅଛି ତ ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ବିଜେପି। ଧର୍ମେନ୍ଦ୍ର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ହେଲେ ବିଜେପି ଓଡ଼ିଶାରେ ୧୦ ପ୍ରତିଶତ ଆସନ ବି ଜିତିବନି। ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ଆହ୍ବାନ ଦେବା ସହ କଡ଼ା ସମାଲୋଚନା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପାଣ୍ଡିଆନ କହିଛନ୍ତି, ବିକାଶର ଯେତେ ଭାଷା କହିଲେ ବି କେନ୍ଦ୍ରମନ୍ତ୍ରୀ ବୁଝିପାରୁନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲକ୍ଷ୍ମୀ, ବିଏସକେୱାଇ କଥା ବୁଝିପାରୁନାହାନ୍ତି। ୧୦ ବର୍ଷ ହେଲା  ମୁଖ୍ଯମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଛ । ହେଲେ ବିଜେପି ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁନି। ଆଗ ନିଜ ଦଳର ବିଶ୍ବାସ ଜିତନ୍ତୁ ତାପରେ ନବୀନଙ୍କ ଆଗରେ ଠିଆ ହୋଇ ପ୍ରଶ୍ନ ପଚାରିବାକୁ ତମର ଯୋଗ୍ଯତା ହେବ ବୋଲି କହି ଧର୍ମେନ୍ଦ୍ରଙ୍କୁ ତେରଛା ବାଣ ମାରିଛନ୍ତି ପାଣ୍ଡିଆନ। ପାଣ୍ଡିଆନ ଆହୁରି କହିଛନ୍ତି, ଭାରତୀୟ ଜନତା ପାର୍ଟି ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ କଲେ ବିଜେପି ଓଡ଼ିଶାରେ ୧୦ ପ୍ରତିଶତ ଆସନ ବି ପାଇବେନି। ଦମ ଥିଲେ ଧର୍ମେନ୍ଦ୍ରଙ୍କୁ ବିଜେପି ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରୁ ବୋଲି ଚ୍ଯାଲେଞ୍ଜ ଦେଇଛନ୍ତି ପାଣ୍ଡିଆନ।

Latest Posts

Don't Miss