ରୂପାନ୍ତରଣ ମାଧ୍ୟମରେ ରାଜ୍ୟରେ ପରିବର୍ତ୍ତନ ଆଣିପାରିଛନ୍ତି ପାଣ୍ଡିଆନ

1 min read

ଭୁବନେଶ୍ୱର : ରୂପାନ୍ତରଣ ମାଧ୍ୟମରେ ରାଜ୍ୟରେ ପରିବର୍ତ୍ତନ ଆଣିପାରିଛନ୍ତି ପାଣ୍ଡିଆନ। ସରକାରୀ ହାଇସ୍କୁଲର ରୂପାନ୍ତରଣ କରି ଗାଁ ଗାଁରେ ଅତ୍ୟାଧୁନିକ ଶିକ୍ଷା ସୁବିଧା ବ୍ୟବସ୍ଥା ଯୋଗାଇବାରେ ତାଙ୍କର ରହିଛି ଉଲ୍ଲେଖନୀୟ ଅବଦାନ । ଫାଇଭ-ଟି ପ୍ରକରଣରେ ରାଜ୍ୟର ସମସ୍ତ ହାଇସ୍କୁଲକୁ ସ୍ମାର୍ଟସ୍କୁଲରେ ରୂପାନ୍ତରିତ କରାଯାଇଛି । ଏହାଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିଛି। ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପାଣ୍ଡିଆନଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ସୁସ୍ଥ ଓଡିଶା ଗଠନରେ ସହଭାଗି ସାଜିଛି । ଆମ ହସପିଟାଲ ଗୁଡିକର ରୂପାନ୍ତରଣ ଏବଂ ଏକାଧିକ ମେଡିକାଲ କଲେଜ ସ୍ଥାପନ କରି ଓଡିଶାକୁ ଏକ ଡାକ୍ତର ବଳକା ରାଜ୍ୟ କରିବାରେ ଗୁରୁଦାୟିତ୍ୱ ତୁଲାଇଛନ୍ତି । ସେହିପରି ବିଏସକେୱାଇ ଭଳି ଜୀବନ ରକ୍ଷାକାରୀ ଯୋଜନା ପ୍ରଣୟନ ଓ ଏହାର କାର୍ଯ୍ୟକାରିତାରେ ମଧ୍ୟ ପାଣ୍ଡିଆନଙ୍କ ଦକ୍ଷତା ପ୍ରତିଫଳିତ ହୋଇଛି। କରୋନା ସମୟରେ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଲୋକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ । କୋଭିଡ ମୁକାବିଲାରେ ଓଡିଶାକୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ତାଙ୍କର ଥିଲା ବିଶେଷ ଭୂମିକା । ଲୋକ ପ୍ରଶାସନ ପାଖକୁ ଆସି ଅଭିଯୋଗ ଜଣାଉଥିଲେ। ହେଲେ ପ୍ରଶାସନକୁ ଲୋକଙ୍କ ଦୁଆରକୁ ନେଇଛନ୍ତି ପାଣ୍ଡିଆନ। ଲୋକଙ୍କ ପାଖକୁ ଯାଇ ସେମାନଙ୍କଠାରୁ ଅଭିଯୋଗ ଶୁଣିବା ସହିତ ସମସ୍ୟାର ସମାଧାନ କରିଛନ୍ତି ଭିକେ ପାଣ୍ଡିଆନ ।

ଆମ ବ୍ଯାଙ୍କ, ଲକ୍ଷ୍ମୀ ଯୋଜନା, ନୂଆ-ଓ ବୃତ୍ତି, ଆମ ବସଷ୍ଟାଣ୍ଡ,  ମିଶନ ଶକ୍ତି ଯୋଜନାର ସଫଳତା ପଛରେ ପାଣ୍ଡିଆନଙ୍କ ଅଶେଷ ଅବଦାନ ରହିଛି । ଓଡ଼ିଆ ବିଶ୍ବ ବିଦ୍ଯାଳୟ ପ୍ରତିଷ୍ଠା, ପ୍ରଥମ ଓଡ଼ିଆ ବିଶ୍ବ ଭାଷା ସମ୍ମିଳନୀ, ଓଡ଼ିଶାକୁ ରାଜସ୍ବ ବଳକା ରାଜ୍ଯ ଓ କ୍ରୀଡ଼ା କ୍ଯାପିଟାଲ କରିବାରେ ସେ ପ୍ରମୁଖ ଭୁମିକା ତୁଲାଇଥିଲେ । ପାଣ୍ଡିଆନଙ୍କ ଉଦ୍ଯମରେ ଓଡ଼ିଶାର ମଠମନ୍ଦିରର ପୁନରୁଦ୍ଧାର ସହ ସଂସ୍କୃତିର ନବକଳେବର କରାଯାଇପାରିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବାସ୍ତବ ରୂପ ଦେବାରେ ତାଙ୍କ ପ୍ରମୁଖ ଅବଦାନ ରହିଛି । ସେହିପରି ସମଲେଇ ପ୍ରକଳ୍ପ, ତାରାତାରିଣୀ ମନ୍ଦିରର ରୂପାନ୍ତରଣ ଏବଂ ରାଜ୍ଯର ପ୍ରାୟ ସମସ୍ତ ମନ୍ଦିରର ନବକଳେବର ତାଙ୍କରି ଉଦ୍ଯମରେ ହିଁ ସମ୍ଭବ ହୋଇଛି । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଓ ଓଡ଼ିଶାକୁ ଆଇଟି ହବ କରିବାରେ ବି ସେ ଗୁରୁ ଦାୟିତ୍ବ ତୁଲାଇଛନ୍ତି ।