ସୋମବାରଠୁ ପଞ୍ଚୁକ ବ୍ରତ, ଚଳିତବର୍ଷ ପଡ଼ୁନାହିଁ ନାଗାର୍ଜୁନ ବେଶ

ପୁରୀ: ସୋମବାର ଠାରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ସବୁଠାରୁ ପବିତ୍ର ବୋଲି ଧରାଯାଉଥିବାରୁ ପୁରୀରେ ଭକ୍ତଙ୍କ ଭିଡ ଜମିବା ଆଶା କରାଯାଉଛି । ଗତବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା । ତେବେ ଚଳିତବର୍ଷ ମଧ୍ୟ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ ବୋଲି ବିଭିନ୍ନ ଅଣପଞ୍ଜିକୃତ କ୍ୟାଲେଣ୍ଡର ଓ ପଞ୍ଜିକାରେ ଉଲ୍ଲେଖ ରହିଥିବାରୁ ଏହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ତେବେ ଏପରି ଅପପ୍ରଚାରରୁ ନିବୃତ୍ତ ରହିବାକୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ, ଶ୍ରୀମନ୍ଦିର ପରିଚାଳନା କମିଟି‌ ସଦସ୍ୟ ଓ ସେବାୟତ ଅନୁରୋଧ କରିଛନ୍ତି ।

ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ନେଇ ବିବାଦ ଉପୁଜିଛି । ଚଳିତବର୍ଷ ମଧ୍ୟ ବେଶ ହେବା ନେଇ ଉଲ୍ଲେଖ ପରେ ଅସନ୍ତୁଷ୍ଟ ସେବାୟତ । ବିଗତ ବର୍ଷ ଦୁଲ୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ । ତେବେ ଚଳିତ ବର୍ଷ ମଧ୍ୟ ଏପରି ଦୁଲ୍ଲଭ ଯୋଗ ଥିବା କିଛି ଅଣପଞ୍ଜିକୃତ କ୍ୟାଲେଣ୍ଡର ଓ ପଞ୍ଜିକାରେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ମୁକ୍ତି ମଣ୍ଡପ, ଜଗତଗୁର ଶଙ୍କରାଚାର୍ଯ୍ୟ ଏହାକୁ ଖଣ୍ଡନ କରିଛନ୍ତି । ତେଣୁ ଏପରି ଅପପ୍ରଚାରରୁ ନିବୃତ୍ତ ରହିବାକୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ, ଶ୍ରୀମନ୍ଦିର ପରିଚାଳନା କମିଟି‌ ସଦସ୍ୟ ଓ ସେବାୟତ ଅନୁରୋଧ କରିଛନ୍ତି ।

ସେପଟେ ସୋମବାର ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହେଉଥିବାରୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ପଞ୍ଚୁକର ପ୍ରଥମ ଦିନ ଏକାଦଶୀରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ତେବେ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ । କିନ୍ତୁ ଦ୍ୱାଦଶୀରେ ବାଙ୍କଚୁଡ଼ ବେଶ, ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ, ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶ ଭକ୍ତମାନେ ଦର୍ଶନ କରିପାରିବେ । ପଞ୍ଚୁକର ଶେଷ ଦିନରେ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ସେହିଦିନ ସାଧାରଣ ଦର୍ଶନକୁ ବାରଣ କରାଯାଇଛି । ପଞ୍ଚୁକ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave a Reply