ଜିଲ୍ଲାପରିଷଦ ଅଧ୍ୟକ୍ଷ ଆସନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ, ପଛୁଆ ବର୍ଗରେ ୪ ଆସନ

1 min read

ଭୁୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତରାଜ ବିଭାଗ ତରପରୁ ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା  । ଜିଲ୍ଲାପରିଷଦ ଆସନ ପାଇଁ ଶୁକ୍ରବାର ସଂରକ୍ଷଣ ତାଲିକା ପ୍ରକାଶ ପାଇଛି  । ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ ୧୯୯୧ ର ଧାରା ୮ ଅନୁଯାୟୀ ରାଜ୍ୟର ଜିଲ୍ଲାପରିଷଦ ଆସନ ଗୁଡ଼ିକ ସଂରକ୍ଷଣ ଚିଠା ପ୍ରସ୍ତୁତ କରାଯାଇଛି  । ସମୁଦାୟ ୩୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦୀବରୁ ୧୫ଟିରେ ମହିଳାଙ୍କ ସଂରକ୍ଷିତ ରହିଛି  ।

ଏହି ତାଲିକାରେ ସମସ୍ତ ଜାତି ବର୍ଗକୁ ଆଧାର କରି ଆସନ ପ୍ରଦାନ କରାଯାଇଛି  । ଯଥା ପଛୁଆବର୍ଗ ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସାଧାରଣ ବର୍ଗର ମହିଳାମନଙ୍କ ପାଇଁ ମଧ୍ୟ ଆସନ ସଂରକ୍ଷିତ ରଖାଯାଇଛି  ।  ଅନ୍ୟପଟେ ଅନ୍ୟ ୧୫ଟି ଆସନକୁ ଅଣସଂରକ୍ଷିତ ରଖାଯାଇଛି  । ପଞ୍ଚାୟତରାଜ ବିଭାଗ ପକ୍ଷରୁ ସଦ୍ୟ ପ୍ରକାଶିତ ତାଲିକାରେ ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଏବଂ ସୋନପୁର ଜିଲ୍ଲାପରିଷଦ ଆସନ ପଛୁଆବର୍ଗର ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯାଇଛି  ।

ସେହିପରି ମହିଳାଙ୍କ ପାଇଁ ସଂରକ୍ଷିତ ପଦବୀ ମଧ୍ୟରୁ ଓବିସିକୁ ୨, ଏସସି-୨, ଏସଟି ୫ ଓ କେବଳ ମହିଳାଙ୍କ ୬ଟି ଆସନ ସଂରକ୍ଷିତ ରହିଛି । ସେହିପରି ମୋଟ ପଦବୀ ମଧ୍ୟରୁ ଏସଟି ପାଇଁ ୧୦, ଏସସି ପାଇଁ ୪, ଓବିସିର ୪ ଓ ଅଣସଂରକ୍ଷିତ ବର୍ଗରେ ୬ ପଦବୀ ରହିଛି ।

Leave a Reply