ପ୍ରଥମ ଦିନର ଗଣତିରେ ୧୧ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡି ଜିତିଲା

ପୁରୀ: ବିଜେଡିର କ୍ଳିନ୍ ସୁଇପ୍ । ପ୍ରଥମ ଦିନର ଗଣତିରେ ପୁରୀର ୧୧ଟି ଯାକ ଜିଲ୍ଲା ପରିଷଦ ଆସନରେ ବିଜେଡିର ବାଜିମାତ । ପୁରୀ ସଦର ୨୫ନମ୍ବର ଜୋନରେ ବିଜୟୀ ହୋଇଛନ୍ତି ମୋନାଲି ମିଶ୍ର । ଅସ୍ତରଙ୍ଗ ଜୋନ ନମ୍ୱର ୧ରେ ବିଜେଡିର ସରସ୍ୱତୀ ସ୍ୱାଇଁ, କଣାସ ଜୋନ୍ ୩ରେ  ପ୍ରଣତି ଜେନା, କାକଟପୁର ଜୋନ୍ ୬ରେ ଜ୍ୟୋତ୍ସାରାଣୀ ଦଳାଇ, କୃଷ୍ଣପ୍ରସାଦ ଜୋନ୍ ୯ରେ ଲକ୍ଷ୍ମୀଧର ସାହୁ ବିଜୟୀ ହୋଇଛନ୍ତି

ସେହିଭଳି ଗୋପ ୧୧ନମ୍ବର ଜୋନରେ ଧର୍ମେନ୍ଦ୍ର କୁମାର ସାହୁ, ଡେଲାଙ୍ଗ ୧୫ ନମ୍ବର ଜୋନ୍‌ରେ ପ୍ରଜ୍ଞା ଛୋଟରାୟ,  ନିମାପଡ଼ା ୧୮ନମ୍ବର ଜୋନ୍‌ରେ କୁଞ୍ଜଲତା ସାମଲ, ପିପିଲି ୨୨ନମ୍ବର ଜୋନରେ ସୁଶ୍ରୀ ସଙ୍ଗୀତା, ବ୍ରହ୍ମଗିରି ୨୮ନମ୍ବର ଜୋନରେ କୈଳାସ ଚନ୍ଦ୍ର ପରିଡ଼ା, ସତ୍ୟବାଦୀ ୩୧ନମ୍ବର ଜୋନ୍‌ରେ ନାରାୟଣ ରାଉତରାୟ ବିଜୟୀ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଢେଙ୍କାନାଳ: ୮ଜୋନ୍‌ରୁ ୭ଟିରେ ବିଜେଡି ଏବଂ ଗୋଟିଏରେ ବିଜେପି ବିଜୟୀ

 

Leave a Reply