ଗଞ୍ଜାମ: ପ୍ରଥମ ଦିନ ଗଣତିରେ ୨୨ରୁ ୨୨ ଆସନ ହାତେଇଲା ବିଜେଡି

1 min read

ବ୍ରହ୍ମପୁର: ଗଞ୍ଜାମର ୨୨ଟି ଜୋନରେ ପ୍ରଥମ ପର୍ଯ୍ୟାୟ ଗଣତି ହୋଇଥିବା ବେଳେ କ୍ଲିନ ସୁଇପ କରିଛି ବିଜୁ ଜନତା ଦଳ । ୨୨ଟିରୁ ୨୨ଟି ଆସନ ବିଜେଡି ଅଧୀନକୁ ଆସିଛି । ଆସିକା ଜୋନ ନମ୍ବର ୧ରେ ବିଜେଡି ପ୍ରାର୍ଥୀ ତନ୍ମୟୀ ନାୟକ ୧୧ହଜାର ୬୮୯ ଭୋଟରେ ବିଜୟୀ ହୋଇଛନ୍ତି । ବେଗୁନିଆପଡ଼ା ଜୋନ-୧ରେ ବିଜେଡିର କଲ୍ୟାଣୀ ପାତ୍ର ୧୬ହଜାର ୪୨୫ ଭୋଟ ପାଇ ବିଜୟଲାଭ କରିଛନ୍ତି । ବେଲଗୁଣ୍ଠା ଜୋନ-୧ରେ ବିଜେଡି ପ୍ରାର୍ଥିନୀ ପୂର୍ଣ୍ଣବାସୀ ନାୟକ ୧୧ହଜାର ୮୬୭ ଭୋଟ ପଇ ଜିତିଛନ୍ତି ।

ଭଞ୍ଜନଗର ୧ ନମ୍ବର ଜୋନରେ ବିଜେଡିର ଶୈଳବାଳା ବିଶୋୟୀ ୧୨ହଜାର ୭୫୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛି । ବୁଗୁଡ଼ା ଜୋନ୍‌ ୧ରେ ବିଜେଡି ପ୍ରାର୍ଥୀ ସମିତା ସ୍ୱାଇଁ ୧୩ହଜାର ୨୯୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଛତ୍ରପୁର ଜୋନ-୧ରେ ବିଜେଡିର ରଶ୍ମିତା ନାହାକ ୧୪ହଜାର ୯୭୬ ଭୋଟରେ ଜିତିଛନ୍ତି । ଚିକିଟି ଜୋନ୍-୧ରୁ ବିଜେଡିର କେ. ନୀଳମଣି ୧୨ହଜାର ୬୧୩ ଭେଟରେ ଜିତିଛନ୍ତି । ଧରାକୋଟ ଜୋନ୍୧ରୁ ବିଜେଡି ପ୍ରାର୍ଥୀ ପ୍ରତାପ ସ୍ୱାଇଁ ୧୦ହାଜର ୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି ।

ଦିଗପହଣ୍ଡି ଜୋନ୍ ୧ରୁ ବିଜଡିର ରାଧାକାନ୍ତ ମହାକୁଡ ୧୦ହଜାର ୧୦୬ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ଗଞ୍ଜାମ ଜୋନ୍-୧ରୁ ବିଜେଡି ବିଜେଡିର ସସ୍ମିତା ସ୍ୱାଇଁ ୧୫ହଜାର ୧୬୦ ଭୋଟରେ ଜିତିଛନ୍ତି । ହିଞ୍ଜିଳିକାଟୁ -୧ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ବାଇ ଗୀତାଞ୍ଜଳି ୧୧ହଜାର ୬୮୦ ଭୋଟରେ ଜିତିଛନ୍ତି । ଜେ. ଏନ୍ ପ୍ରସାଦ ଜୋନ ନମ୍ବର-୧ରେ ବିଜେଡି ପ୍ରାର୍ଥି ଶିବ ସେଠୀ ୧୪ହଜାର ୪୬୪ ଭୋଟରେ ବିଜୟଲାଭ କରିଛନ୍ତି ।

କେ.ଏସ୍ ନଗର ଜୋନ-୧ରେ ବିଜେଡିର ବଳରାମ ପ୍ରଧାନ ୧୨ହଜାର ୨୧୨ଖଣ୍ଡ ପାଇ ବିଜୟୀ ହୋଇଛନ୍ତି । ଖଲ୍ଲିକୋଟ ଜୋନ୍ -୧ରେ ବିଜେଡି ପ୍ରାର୍ଥୀ ସୋନମ ପଲ୍ଲୀ ୧୩ହଜାର ୭୬୬ ଭୋଟ ପାଇ ବିଜୟୀ ହୋଇଛନ୍ତି । କୁକୁଡ଼ାଖଣ୍ଡି ଜୋନ୍‌-୧ରେ ବିଜେଡି ପ୍ରାର୍ଥିନୀ ଶିବାନୀ ସେଠୀ ୧୪ହଜାର ୩୯୦ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ପାତ୍ରପୁର ଜୋନ୍-୧ରେ ବିଜେଡିର ପିଙ୍କି ବଡ଼ମୁଣ୍ଡି ୧୨ହଜାର ୩୩୧ ଭୋଟ ପାଇଁ ବିଜୟୀ ହୋଇଛନ୍ତି ।

ପୋଲସରା ଜୋନ୍-୧ରୁ ବିଜେଡିରୁ ଜିତିଛନ୍ତି ଅଶୋକ କୁମାର ବିଶୋୟୀ । ୧୧ହଜାର ୫୫୧ ଭୋଟ ପାଇ ଅଶୋକ ବିଜୟୀ ହୋଇଚନ୍ତି । ପୁରୁଷୋତ୍ତମପୁର ଜୋନ୍-୧ରୁ ବିଜେଡି ପ୍ରାର୍ଥୀ ପିଙ୍କି ନାହାକ ୧୫ହଜାର ୬୭୯ ଭୋଟ ପାଇ ବିଜୟୀ ହୋଇଛନ୍ତି । ରଙ୍ଗେଇଲୁଣ୍ଡା ଜୋନ ୧ରୁ ବିଜେଡି ପ୍ରାର୍ଥିନୀ ଏସ୍ ରାଜେଶ୍ବରୀ ଦୋରା ୧୫ହଜାର ୧୦୦ ଖଣ୍ଡ ଭୋଟ ପାଇ ଜିତିଛନ୍ତି । ସାନଖେମୁଣ୍ଡି ଜୋନ୍-୧ରେ ବିଜେଡି ପ୍ରାର୍ଥୀ ବିଜୟ କୁମାର ପ୍ରଧାନ ୧୪ହଜାର ୪୬୨ ଭୋଟ ପାଇ ବିଜୟୀ ହୋଇଛନ୍ତି । ଶେରଗଡ଼ ଜୋନ୍ ୧ ବିଜେଡିର ଚିତ୍ତରଞ୍ଜନ ପାଣିଗ୍ରାହୀ ୧୮ହଜାର ୫୩୨ ଭୋଟ ପାଇ ଜିତିଛନ୍ତି । ସୋରଡ଼ା ଜୋନ୍-୧ରୁ ବିଜେଡିର ସମରେନ୍ଦ୍ର କୁମାର ସାହୁ ୨ହଜାର ୯୪୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି ।

Leave a Reply