ଭଦ୍ରକ: ୭ଆସନରେ ବିଜେଡି ବିଜୟୀ

ଭଦ୍ରକ: ୨୮ଟି ଜିଲ୍ଲା ପରିଷଦ ଆସନରୁ ୭ଟି ଆସନରେ ବିଜେଡି ବାଜିମାତ୍ କରିଛି । ଭଦ୍ରକ ବ୍ଲକ ୨୫ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ପ୍ରତିମା ଜେନା ୧୯ହଜାର ୨୬୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ପ୍ରଜ୍ଞା ପାରମିତା ଜେନାଙ୍କ ଠାରୁ ୭ହଜାର ୫୪୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ପ୍ରଜ୍ଞା ପାରମିତା ଜେନା ୧୧ହଜାର ୭୨୮ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟଭାମା ଦାସ ୧୮୫୦ଖଣ୍ଡ ଭୋଟ୍ ପାଇଛନ୍ତି । ତିହିଡି ବ୍ଲକ ୬ନମ୍ବର ଜୋନର ବିଜେଡି ଜ଼ିଲ୍ଲା ପରିଷଦ ପ୍ରାର୍ଥୀ ରୁଜାତା ପଣ୍ଡା ବିଜୟୀ । ୨୫୯୪ ଖଣ୍ଡ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେପି ପ୍ରାର୍ଥୀଙ୍କୁ ହରାଇଲେ ରୁଜାତା ।

ଏଥିସହିତ ପଢ଼ନ୍ତୁ: ବରଗଡ଼: ୧୦ ଆସନରେ ବିଜେଡି ଓ ୨ଟିରେ ବିଜେପି ବିଜୟୀ

Leave a Reply