ବରଗଡ଼: ୧୦ ଆସନରେ ବିଜେଡି ଓ ୨ଟିରେ ବିଜେପି ବିଜୟୀ

ବରଗଡ ଜିଲ୍ଲାରେ ରହିଛି ୩୪ଟି ଜିଲ୍ଲ ପରିଷଦ ଆସନ । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଫଳାଫଳ ଅନୁସାରେ ବିଜେଡି ୧୦ଟି ଆସନରେ ବିଜୟ ହୋଇଛି । ଅପରପକ୍ଷେ ବିଜେପି ୨ଟି ଆସନରେ ବିଜୟୀ ହୋଇଛି। କଂଗ୍ରେସକୁ ଏଯାଏ ଗୋଟିଏ ବି ଆସନ ମିଳିନାହିଁ । ରାଜବୋଡାସମ୍ବର ବ୍ଲକ ଏବଂ ପାଇକମାଳ ବ୍ଲକର ଦୁଇଟି ଜୋନରେ ବିଜେପି ବିଜୟୀ ହୋଇଛି ।

ଅମ୍ବାଭୋନା ବ୍ଲକରେ ବିଜେଡି ପ୍ରାର୍ଥିନୀ ନିଲକୁମାରୀ ନାୟକ ବିଜୟୀ ହୋଇଛନ୍ତି । ସେ ବିଜେପିର ପ୍ରଫୁଲ୍ଲ ପ୍ରଧାନଙ୍କୁ ୬୪୪୬ ଭୋଟରେ ପରାଜିତ କରିଛନ୍ତି । ସେଠାରେ କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ର ୭୭୯ଖଣ୍ଡ ଭୋଟ୍ ମିଲିଛି । ସେହିପରି ଅତାବିରା ବ୍ଲକରେ ବିଜେଡି ପ୍ରାର୍ଥୀ ସୁଦାମ ଜାଲ ବିଜୟୀ ହୋଇଛନ୍ତି । ସେ ବିଜେପିର ବୀରେନ୍ଦ୍ର ହୋତାଙ୍କୁ ୫୫୦୦ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

ବିଜେଡି ପ୍ରାର୍ଥୀ ସୁଦାମ ଜାଲଙ୍କୁ ୧୧ହଜାର ୩୫୨ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିରେନ୍ଦ୍ର ହୋତାଙ୍କୁ ୫ହଜାର ୮୫୨ ଖଣ୍ଡ ଭୋଟ୍ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ମାତ୍ର ୩ହଜାର ୧୯୦ଖଣ୍ଡ ଭୋଟ୍ । ସମ୍ମାନଜନକ ବରଗଡ଼ ବ୍ଲକରେ ବିଜେଡି ପ୍ରାର୍ଥିନୀ ପୁଷ୍ପା ଭୋଇ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥିନୀ ମୁକ୍ତା ସାହୁଙ୍କୁ ୧୦୭୬ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

ବିଜେଡି ପ୍ରାର୍ଥିନୀ ପୁଷ୍ପା ଭୋଇ ୧୦ହଜାର ୭୦୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥିନୀ ମୁକ୍ତା ସାହୁ ୯ହଜାର ୨୦୧ ଖଣ୍ଡ ଭୋଟ୍ ପାଇଛନ୍ତି । ଅପରପକ୍ଷେ କଂଗ୍ରେସକୁ ଏଠାରେ ମିଳିଛି ୧୨୩୧ଖଣ୍ଡ ଭୋଟ୍ । ବରପାଲି ବ୍ଲକରେ ବିଜେଡି ପ୍ରାର୍ଥୀ ଗୋବିନ୍ଦ ସାହୁ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ସଂଗ୍ରାମ କେଶରୀ ବାରିକଙ୍କୁ ୨୧୨୭ଖଣ୍ଡ ଭୋଟରେ କଲେ ସେ ପରାଜିତ କରିଛନ୍ତି । ବିଜେଡି ପ୍ରାର୍ଥୀ ଗୋବିନ୍ଦ ସାହୁ ୧୦ହଜାର ୯୧୦ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସଂଗ୍ରାମ କେଶରୀ ବାରିକ 8783ଖଣ୍ଡ ଭୋଟ୍ ପାଇଛନ୍ତି ।

କଂଗ୍ରେସ ପ୍ରାର୍ଥୀଙ୍କୁ ଏଠାରେ ମିଳିଛି ୩୧୨୦ଖଣ୍ଡ ଭୋଟ୍ । ଭଟଲି ବ୍ଲକରେ ବିଜେଡି ପ୍ରାର୍ଥିନୀ ଭାରତୀ ଭୋଇ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥିନୀ ତିଳୋତମା ଭୋଇଙ୍କୁ ସେ ୯୪୧୦ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । ବିଜେଡି ପ୍ରାର୍ଥିନୀ ଭାରତୀ ଭୋଇ ୧୮ହଜାର ୩୦୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀନି ତିଳୋତ୍ତମା ୮୮୯୯ ଖଣ୍ଡ ଭୋଟ୍ ପାଇଛନ୍ତି । କଂଗ୍ରେସ ଏଠାରେ ୧୦୪୧ ଖଣ୍ଡ ଭୋଟ୍ ପାଇଚି । ଭେଡେନ ବ୍ଲକରେ ବିଜେଡି ପ୍ରାର୍ଥୀନି ପଦ୍ମିନୀ ଗଡତିଆ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଉଲ୍ଲାସ ଛୁରିଆଙ୍କୁ ସେ ୬୩୬୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । କଂଗ୍ରେସ ଏଠାରେ ପାଇଛି ମାତ୍ର ୨୬୯୦ଖଣ୍ଡ ଭୋଟ୍ । ବିଜେପୁର ବ୍ଲକରେ ବିଜେଡି ପ୍ରାର୍ଥିନୀ ମାନିନୀ ଭୋଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱି ବିଜେପି ପ୍ରାର୍ଥିନୀ ଆଲ୍ଲାଦିନୀ ମହାପାତ୍ରଙ୍କୁ ୫୫୯ଖଣ୍ଡ ଭୋଟରେ ପରାଜିତ କରିଛନ୍ତି । କଂଗ୍ରେସ ଏଠାରେ ମାତ୍ର ୧୪୫୬ଖଣ୍ଡ ଭୋଟ୍ ପାଇଛି ।
ଗାଇସିଲେଟ ବ୍ଲକରେ ବିଜେଡି ପ୍ରାର୍ଥୀ ନୀଳମଣି ବରିହା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ନେହେରୁ ବରିହାଙ୍କୁ ୧୧୧୮ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଏଠାରେ ସ୍ବାଧିନ ପ୍ରାର୍ଥୀଙ୍କୁ ମିଳିଛି ୪୬୩୪ଖଣ୍ଡ ଭୋଟ୍ । ଝାରବନ୍ଦ ବ୍ଲକରେ ବିଜେଡି ପ୍ରାର୍ଥୀ ସୁଶୀଲ ମରେଇ ବିଜୟୀ ହୋଇଛନ୍ତି । ବିଜେପିର ଗରିବ ଭୋଇଙ୍କୁ ୭୨୬ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ।

କଂଗ୍ରେସ ପ୍ରାର୍ଥୀ ୨୫୦୩ ଖଣ୍ଡ ଭୋଟ୍ ପାଇଛନ୍ତି । ପାଇକମାଲ ବ୍ଲକରେ ବିଜେପି ପ୍ରାର୍ଥୀ ତ୍ରିପୁରା ବରିହା ବିଜୟୀ ହୋଇଛନ୍ତି । ବିଜେଡି ଦଳର ଗୀତାଞ୍ଜଳି ପୁଟାଙ୍କୁ ୫୮୫ଭୋଟରେ ପରାଜିତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ୨୧୧୫ ଖଣ୍ଡ ଭୋଟ୍ ପାଇଛି । ପଦ୍ମପୁର ବ୍ଲକରେ ବିଜେପି ପ୍ରାର୍ଥିନୀ ସରସ୍ଵତୀ ସାହୁ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥିନୀ ରଜନୀ ସାହୁଙ୍କୁ ୧୨୯ ଭୋଟରେ ପରାଜିତ କରିଛନ୍ତି ।

କଂଗ୍ରେସକୁ ୭୪୧, ଆମ୍ ଆଦମି ପାର୍ଟିକୁ ୧୦୯୭ଖଣ୍ଡ ଭୋଟ୍ ମିଳିଛି । ସୋହେଲା ବ୍ଲକରେ ବିଜେଡି ପ୍ରାର୍ଥିନୀ ଜାଇଫୁଲ ସିଂ ବରିହା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥିନୀ ଭୂମିସୂତା ସାବତଙ୍କୁ ୧୨୫୩୫ ଭୋଟରେ ପରାଜିତ କରିଛନ୍ତି । ଏଠାରେ କଂଗ୍ରେସ 689ଖଣ୍ଡ ଭୋଟ୍ ପାଇଛି । ମୋଟ୍ 2,98,736 ଖଣ୍ଡ ଭୋଟ ଗଣତି କରାଯାଇଥିବା ବେଳେ 9582 ଗୋଟି ଭୋଟ ନାକଜ ହୋଇଛି |

Leave a Reply