ବଲାଙ୍ଗୀର: ୧୪ଜୋନରୁ ୧୨ଟିରେ ବିଜେଡି ବିଜୟୀ

ବଲାଙ୍ଗୀର: ୧୪ଟି ଜୋନରେ ପ୍ରଥମ ପର୍ଯ୍ୟାୟ ଗଣତି ହୋଇଥିଲା । ୧୪ଟିରୁ ୧୨ଟି ଜୋନରେ ବିଜେଡି ବିଜୟୀ ହୋଇଛନ୍ତି । ବଲାଙ୍ଗୀର ଜୋନ୍ ୧ରେ ବିଜେଡି ପ୍ରାର୍ଥୀ ଅନାମିକା ହୋତା ୧୩ହଜାର ୬୬୯ ଭୋଟ୍ ପାଇଥିବା ବେଳେ ହଜାର ୩୪ ଭୋଟ ବ୍ୟବଧାନରେ ବିଜୟଲାଭ କରିଛନ୍ତି । ବେଲପଡା ଜୋନ ୧ର ବିଜେଡି ପ୍ରାର୍ଥୀ ଜୟା ଧାରୁଆ ୧୧ହଜାର ୫୯୦ ଭୋଟ୍ ପାଇ ବିଜୟଲାଭ କରିଛନ୍ତି । ୪ହଜାର ୯୪୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଦେଓଗାଁ ଜୋନ୍ ୧ରମମତା କୁମୁରା ୧୦ହଜାର ୯୮୭ ଖଣ୍ଡ ଭୋଟ୍ ପାଇ ବିଜୟଲାଭ କରିଥିବା ବେଳେ ୧୩୩୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ସେହିପରି ଗୁଡଭେଟା ଜୋନ୍୧ରେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ପଣ୍ଡା ୫ହଜାର ୮୦୪ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ଖପ୍ରାଖୋଲ ଜୋନ୍ ୧ର ସଞ୍ଜୁକ୍ତା ମେହେର ୧୩ହଜାର ୨୫୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ଲୋଇସିଂହା ଜୋନ୍ ୧ରେ ଲିଲିମା ମେହେର ୧୧ହଜାର ୪୭୫ ଖଣ୍ଡ ଭୋଟ୍ ପାଇଛନ୍ତି । ମୁରିବାହାର ଜୋନ୍ ୧ରେ ବିଜେଡି ପ୍ରାର୍ଥୀ ମିତିଲା ମାଝୀ ୭ହଜାର ୩୫୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ପାଟଣାଗଡ଼ ଜୋନ୍ ୧ର ବିଜେଡି ପ୍ରାର୍ଥୀ ବିଶେ ବରିହା ୧୦ହଜାର ୫୫୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ସଇଁତଳା ଜୋନ୍ ୧ର ବିଜେଡି ପ୍ରାର୍ଥୀ ହିମା଼୍ଚଳ ବୁଡେକ୍ ୧୦ହଜାର ୩୨୪ ଖଣ୍ଡ ଭୋଟ୍ ପାଇ ୩୨୬୪ ଭୋଟ୍ ବ୍ୟବଧାନରେ ବିଜୟୀ । ଟିଟିଲାଗଡ଼ ଜୋନ୍ ୧ରେ ବିଜେଡି ପ୍ରାର୍ଥୀ ଗୀତା ବିଶି ୧୨ହଜାର ୩୩ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ତୁରେକେଲା ଜୋନ୍ ୧ର ବିଜେଡି ପ୍ରାର୍ଥୀ ସାମା ପରବିନ୍ ୧୦ହଜାର ୩୫୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ସେହିପରି ପୁଇଁତଳା ଜୋନ୍ ୧ରେ ବିଜେପି ପ୍ରାର୍ଥୀ ଶିବଦତ୍ତ ମିଶ୍ର ୯ହଜାର ୬୪୪ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ବଙ୍ଗୋମୁଣ୍ଡା ଜୋନ୍ ୧ରେ କଂଗ୍ରେସ ପ୍ରାର୍ଥୀ ଓମ ପ୍ରକାଶ କୁମ୍ଭାର ୧୨ହଜାର ୮୨୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

Leave a Reply