ଦ୍ୱିତୀୟ ଦିନରେ ବିଜେଡି ହାତେଇଛି ୫୧୯ ଆସନ, ମୋଟ ୭୨୩ ଆସନରେ ଆଗୁଆ ବିଜେଡି

ଭୁବନେଶ୍ୱର: ଦ୍ୱିତୀୟ ଦିନ ଗଣତିର ୨୭୦ ଆସନ ମଧ୍ୟରୁ ବିଜେଡି ୨୩୭, ବିଜେପି ୧୬, କଂଗ୍ରେସ ୧୫ ଓ ଅନ୍ୟମାନେ ୨ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି। ।ପ୍ରଥମ ଦିନର ୨୮୨ଟି ଆସନକୁ ମିଶାଇ ବିଜେଡି ପ୍ରାର୍ଥୀମାନେ ଏଯାବତ୍ ୫୧୮ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି।

ଉପକୂଳରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସବୁଠି ବିଜେଡି ଆଉ କେବଳ ବିଜେଡି । କୋରାପୁଟ, ରାୟଗଡ଼ାରେ ବିଜେଡିକୁ କଂଗ୍ରେସ କିଛି ମାତ୍ରାରେ ଟକ୍କର ଦେଉଥିବା ବେଳେ ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଖୋର୍ଦ୍ଧାରେ ବିଜେପି ନିଜ ସମ୍ମାନ ରକ୍ଷା କରିବାକୁ ଲଢ଼େଇ କରୁଛି। ସ୍ଥିତି ଏପରି ହୋଇଛି ‌ଯେ ବିଜେଡି ୮୯% ସିଟ୍ ଦଖଲ କରିସାରିଲାଣି। ବାକି ୧୧% ବିଜେପି, କଂଗ୍ରେସ, ସ୍ୱାଧୀନ ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଛନ୍ତି।

ତେବେ ଆଜି ଆସିବ ଫାଇନାଲ ରିପୋର୍ଟ । ବାକିଥିବା ୨୨୯ ଜିଲ୍ଲା ପରିଷଦ ଜୋନର ଚାଲିଛି ଗଣତି । ଖୋଲିଛି ଭୋଟବାକ୍ସ, ଆସିବ ଜନତାଙ୍କ ରାୟ। ଗତକାଲି ୫ଟି ଜୋନ୍ ଥିବା ବ୍ଲକର ୨ଟି ଲେଖାଏ ଜୋନରେ ଗଣତି ହୋଇଥିଲା। ଆଜି ବାକିଥିବା ସମସ୍ତ ଜୋନରେ ହେଉଛି ଗଣତି। ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯାଉଛି । ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯାଉଛି। ପ୍ରତି ୱାର୍ଡର ଗଣତି ପରେ ମାଇକ ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ । ଏଥିପାଇଁ କାଉଣ୍ଟିଂ ସେଣ୍ଟର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ସଦ୍ୟତମ ରିପୋର୍ଟ ମୁତାବକ ବିଜେଡି ସମୁଦାୟ ୭୨୩ ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୪୧ ଏବଂ କଂଗ୍ରେସ ୩୭ଟି ଆସନରେ ଆଗୁଆ ରହିଛି ।

ଏଥିସହିତ ପଢ଼ନ୍ତୁ: ଭୁବନେଶ୍ୱରରେ ଫିଲ୍ମ ସୁଟିଂ କରୁଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା

Leave a Reply