‘ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କରି ବିଜେପି ଅନ୍ୟ ମୁଣ୍ଡରେ ଦୋଷ ଲଦୁଛି’

Panchayat Poll Violence BJD Visits EC & Urges To Take Action Against BJP For Creating Violence

ଭୁବନେଶ୍ୱର: ପରାଜୟ ଭୟରେ ସାରା ରାଜ୍ୟରେ ହିଂସା ଆପଣାଉଛି ବିଜେପି । ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କରି ବିଜେପି ଅନ୍ୟ ମୁଣ୍ଡରେ ଦୋଷ ଲଦୁଛି । ଏନେଇ ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଜେପିକୁ ଘାରିଛି ପରାଜୟ ଭୟ । ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ହେବ । ଏହା ପୂର୍ବରୁ ବିଜେପି ସବୁଠି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ।

Panchayat Poll Violence BJD Visits EC & Urges To Take Action Against BJP For Creating Violence

ଗଞ୍ଜାମ ବିଜେପିର ସଭାପତି ବିଭୁତି ଭୂଷଣ ଜେନା ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି ବିଜେଡି । ପୁରୀ ଜିଲ୍ଲା କଣାସରେ ଗତକାଲି ସାମ୍ବାଦିକଙ୍କ ଉପରେ ମାଡ଼ ମାରିଥିବା ପ୍ରସଙ୍ଗକୁ ମଧ୍ୟ ନିନ୍ଦା କରିବା ସହ ହିଂସା କରିଥିବା ବିଜେପି କର୍ମୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି ।

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଗଞ୍ଜାମ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଖୋଲାଖୋଲି ଉଲ୍ଲଂଘନ କରୁଛି ବିଜେପି । ନିର୍ବାଚନ ବେଳେ ଭୋଜିଭାତ ସମ୍ପୂର୍ଣ୍ଣ ବାରଣ ଥିବାବେଳେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ଗୋଳନ୍ଥରାର ଏକ ସରକାରୀ ବିଦ୍ୟାଳୟରେ ଭୋଜିଭାତ ଆୟୋଜନ କରିଛନ୍ତି । ଏନେଇ ମଧ୍ୟ ବିଜେଡି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଫେରାଦ ହୋଇଛି । ସେହିଭଳି ନୋ କ୍ୟାମ୍ପେନ ସମୟ ୭ଟା ପରେ ଏକ ବିରାଟ ବାଇକ୍ ରାଲି ବାହାର କରି ମଡେଲ୍ କୋଡ୍ ଅଫ କଣ୍ଡକ୍ଟକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ବିଭୁତି ଭୂଷଣ ଜେନା । ଯାହାକୁ ନେଇ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛି ।

Leave a Reply