ଗୁରୁବାର ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଆସନ ଲାଗି ଭୋଟ୍ ଗ୍ରହଣ

Panchayat Elections Voting To Held In 131 Zilla Parishad Seat In 25 Districts

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଗୁରୁବାର ଶେଷ ପର୍ଯ୍ୟାୟ ଭୋଟ୍‌ । ୨୫ଜିଲ୍ଲାର ୪୮ ବ୍ଲକରେ ୧୩୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ମତଦାନ । ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତଦାନ ପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥରେ ପହଞ୍ଚିଛନ୍ତି । ୧୭୭୫ଟି ସମ୍ବେଦନଶୀଳ ବୁଥ୍ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ପଞ୍ଚମ ପର୍ଯ୍ୟାୟରେ ୪୧ ଲକ୍ଷ ୮୮ ହଜାର ଭୋଟର ମତଦାନ କରିବେ । ୧୦ ବର୍ଷ ପରେ କାଲି ଭୋଟ୍‌ ଦେବେ ମାଲକାନାଗିରି ସ୍ୱାଭିମାନ ଅଞ୍ଚଳବାସୀ ।

Panchayat Elections Voting To Held In 131 Zilla Parishad Seat In 25 Districts

ଆସନ୍ତାକାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୫ ଜିଲ୍ଲାର ୪୮ ବ୍ଲକରେ ୧୩୧ ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହେବ । ୫୨୦ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ସକାଳ ୭ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟିଂ ହେବ । ୧୭୭୫ଟି ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ପ୍ରାୟ ୩୦ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଝାରୁସୁଗୁଡ଼ା, ବୌଦ୍ଧ, ସୋନପୁର, ଅନୁଗୁଳ ଓ ଢେଙ୍କାନାଳରେ ସରିଛି ପଞ୍ଚାୟତ ନିର୍ବାଚନ । ୫ଜିଲ୍ଲାରେ ନିୟୋଜିତ ପୋଲିସ ଫୋର୍ସକୁ ଅନ୍ୟ ଜିଲ୍ଲାରେ ନିର୍ବାଚନ ବେଳେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ । ଚତୁର୍ଥ ପର୍ଯ୍ୟାୟରେ ୭୯ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ସୋନପୁରରେ ସର୍ବାଧିକ ୮୬.୫୧ ପ୍ରତିଶତ ଏବଂ ଗଞ୍ଜାମରେ ସର୍ବନିମ୍ନ ୬୫.୨ ପ୍ରତିଶତ ଭୋଟିଂ ହୋଇଛି । ସେପଟେ ୧୦ ବର୍ଷ ପରେ କାଲି ଭୋଟ୍‌ ଦେବେ ମାଲକାନାଗିରି ସ୍ୱାଭିମାନ ଅଞ୍ଚଳବାସୀ । ଗତଥର ମାଓ ହିଂସା ପାଇଁ ଏଠାରେ ୨ଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ବନ୍ଦ ହୋଇଥିଲା । ସ୍ବାଭିମାନ ଅଞ୍ଚଳର ୧୧ଟି ବୁଥ୍‌ରେ ନିର୍ବାଚନ ପାଇଁ ଲଞ୍ଚରେ ଯାଇଛନ୍ତି ୧୧ଟି ପୋଲିଂ ଦଳର ୬୦ଜଣ କର୍ମଚାରୀ ।

Panchayat Elections Voting To Held In 131 Zilla Parishad Seat In 25 Districts

ରାଜ୍ୟର ମୋଟ ୮୫୧ ଜିଲ୍ଲା ପରିଷଦ ଆସନ ପାଇଁ ଦଳୀୟ ଚିହ୍ନରେ ନିର୍ବାଚନ ହେଉଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଫେବ୍ରୁଆରୀ ୨୬ରୁ ୨୮ ତାରିଖ ଯାଏ ବ୍ଲକ ମୁଖ୍ୟାଳୟରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

Leave a Reply